Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Comedy Action

4  

Kadambari Mohakhud

Comedy Action

ରେଳ ଯାତ୍ରୀ ଆଳାପ

ରେଳ ଯାତ୍ରୀ ଆଳାପ

1 min
358



ଏମନ୍ତ ସେମନ୍ତ କରନ୍ତି ଆଳାପ 

ଯେମନ୍ତ ପୂର୍ବୀୟ ନିଜର ବନ୍ଧୁ 

ବହୁଦିନ ଅନ୍ତେ ଦେଖା ଓ ଆଳାପ 

ଖୋଲନ୍ତି ପର୍ଯ୍ୟାପ୍ତ ଗପର ସିନ୍ଧୁ ||


ନିଜଠୁ ନିଜର ସମ୍ପର୍କ ଯେମନ୍ତ 

ଚାଲଇ ସହରର ଚର୍ଚ୍ଚା ଯାଦୁ 

ସେମନ୍ତ ସେତିକି ଶେଷ ନ କରନ୍ତି

ମିଶି ତସ୍କର ଠକ ଠାରୁ ସାଧୁ ||


ରାଜଧାନୀ ଠାରୁ ରାଜନୀତି ସ୍ଥିତି 

ଶୁଣାନ୍ତି ଗଭୀର ବାଣୀ ଏମନ୍ତ 

ନବ ନିର୍ବାଚିତ ସତେକି ଯେମନ୍ତ 

କରନ୍ତି ଆଳାପ ଠାଣି ସେମନ୍ତ ||


ଗାଁ ରୁ ସହର ଓ ସହରରୁ ଦେଶ 

ସାଧୁ ଠାରୁ ବଳି ସନ୍ଥ ଯେମନ୍ତ 

ଲୁଚାକୁଚା ଠାରୁ ଚକଚକିଆ ବେଶ 

ରେଳ ଯାତ୍ରୀର ଆଳାପ ସେମନ୍ତ ||


ବାଉରୀ କ୍ରିକେଟ ସ୍କୁଲ ପଡ଼ିଆରୁ

କଥା ବିରାଟ କୋହିଲି ପର୍ଯ୍ୟନ୍ତ

ରେଳ ଡଵା ନୁହଁ ବହୁମୁଖୀ ସେବା

ସାଥେ ତାସ ର ପତା ନିମନ୍ତ ||

 

ବେକାରିଆ ଠାରୁ ଚାକିରିଆ ଯେନ୍ତେ 

ଦାତା ଠାରୁ ବଳି ଗ୍ରହୀତା ସେନ୍ତେ 

ପ୍ରସ୍ଥାନ ଜାଗାରୁ ଆଉ କି ଉଠନ୍ତେ 

ଡାକେ ରେଳ ସିଟି ମାରି ଏମନ୍ତେ ||


ବାକି କିଛି ଜନ ସେମନ୍ତ ଚାଁହାନ୍ତି

ଯେମନ୍ତ ସେମନ୍ତ କିଛି ନ ବୁଝନ୍ତି 

ରେଳ ର ଆଳାପ ଶେଷ ନ ହୁଅନ୍ତି 

ନିରୀହ ଯାତ୍ରୀ ବି ମୁରୁକି ହସନ୍ତି ||

ଶୁଣି ନିରୀହ ଯାତ୍ରୀ ମୁରୁକି ହସନ୍ତି.....



Rate this content
Log in

Similar oriya poem from Comedy