STORYMIRROR

Yudhisthira Lenka

Action Inspirational

4  

Yudhisthira Lenka

Action Inspirational

ଜାତୀୟ ଶିକ୍ଷା ଦିବସ

ଜାତୀୟ ଶିକ୍ଷା ଦିବସ

1 min
659

ସମଗ୍ର ଦେଶରେ ପାଳନ ହୁଅଇ

ଜାତୀୟ ଶିକ୍ଷା ଦିବସ

ନଭେମ୍ବର ମାସ ଏଗାର ତାରିଖେ

ପଡିଥାଏ ପ୍ରତିବର୍ଷ ।।୧।।


ଦୁଇ ହଜାର ଆଠ ମସିହାରୁ ଏହା

ପାଳିତ ହୋଇ ଆସୁଛି

ଶିକ୍ଷା ସମସ୍ତଙ୍କ ଅଧିକାର ବୋଲି

ବାର୍ତ୍ତାଟିଏ ଦେଉଅଛି ।।୨।।


ମୌଲାନା ଅବୁଲ କଲାମ ଆଜାଦ

ଜନ୍ମିଥିଲେ ଏହିଦିନ

ଜନ୍ମ ବାର୍ଷିକୀର ଶ୍ରଦ୍ଧାଞ୍ଜଳି ରୂପେ

ଦେଶ ଦିଅଇ ସମ୍ମାନ ।।୩।।


ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ

ସ୍ୱାଧୀନ ଭାରତ ଦେଶେ

ସର୍ବବିଧ ଶିକ୍ଷା ଉନ୍ନତିରେ ତାଙ୍କ

ନାମ ଇତିହାସେ ଆସେ ।।୪।।


ବିଜ୍ଞାନ ପରୀକ୍ଷାଗାର କହୁଥିଲେ

ସବୁ ବିଦ୍ୟାଳୟ ଯାକ

ଯେଉଁଠାରେ ହେବ ଉତ୍ପନ୍ନ ଉତ୍ତମ

ଭବିଷ୍ୟତ ନାଗରିକ ।।୫।।


ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ତାଙ୍କ

ମୂଲ୍ୟବାନ ଅବଦାନ

ଶିକ୍ଷା ଅନ୍ଧକାର ଦୂରକରି ଦେଶୁ

କଲା ଆଲୋକ ପ୍ରଦାନ ।।୬।।


ଦେଶପାଇଁ ସେବା ଶିକ୍ଷା ଉନ୍ନତିରେ

ସଦା ରହି ସେ ଚେଷ୍ଟିତ

ସର୍ବୋଚ୍ଚ ସମ୍ମାନ ଭାରତରତ୍ନରେ

ହୋଇଥିଲେ ସେ ଭୂଷିତ ।।୭।।


ଶିକ୍ଷା ନୁହେଁ ଖାଲି ଯୋଗ୍ୟତାର ନାମ

ଏ ବାସ୍ତବ ଜୀବନରେ

ଶିକ୍ଷା ଫୁଟିଉଠେ ସ୍ୱଚ୍ଛଭାବ କାର୍ଯ୍ଯେ

ବ୍ୟକ୍ତିତ୍ୱ ଓ ବ୍ୟବହାରେ ।।୮।।


ଜାତିର ଉନ୍ନତି ହେବକିରେ ଭାଇ

ଶିକ୍ଷାବିନା କେବେ ଦୃଢ

ଦୁହେଁ ଦୁହିଁଙ୍କର ପରିପୂରକ ଯେ

ସମ୍ପର୍କ ତାଙ୍କ ନିବିଡ ।।୯।।


ଶିକ୍ଷାନୁଷ୍ଠାନରେ ଜ୍ଞାନର ପ୍ରଦୀପ

ଜାଳିବାକୁ ଅହରହ

ଶିକ୍ଷା ଦିବସରେ ଶପଥଟେ ନେବା

ମନରେ ନରଖି ମୋହ ।।୧୦।।


Rate this content
Log in

Similar oriya poem from Action