STORYMIRROR

Yudhisthira Lenka

Action Inspirational

3  

Yudhisthira Lenka

Action Inspirational

ସଖୀ-୬

ସଖୀ-୬

1 min
401


ଧୀରେ ଧୀରେ ଚାଲ ସଖୀ ପାଦ ଚିପି ଚିପି ଦେଖି

ତ୍ରିତାପ ସଂସାରେ ପରା ଆସଇ ମାଡି ।

ଏ ଭବ ସାଗରେ ପୂର୍ଣ୍ଣ କାଳରୂପୀ ଜଳଚରେ

ଗ୍ରାସିବାକୁ ଜଗିଛନ୍ତି ଜିଭକୁ କାଢି ।।

କେ କରିବ ଏଥୁ ନିସ୍ତାର ,

ପରଂବ୍ରହ୍ମ ପାଦବିନା ନାହିଁ ଉଦ୍ଧାର ।।୧।।


ଅଶେଷ ଜଗତ ଯେଣୁ ଲେଖାରେ ଲିଖିତ ତେଣୁ

ସେଥିପାଇଁ ବୋଲାଇଲେ ସିଏତ ଲେଖ ।

ସୃଷ୍ଟିକର୍ତ୍ତା ପରଂବ୍ରହ୍ମ ଅଶବ୍ଦ ଅବର୍ଣ୍ଣ ସେତ

ଅବ୍ୟକତ ହେତୁ ବୋଲାଇଲେ ଅଲେଖ ।।

ଧ୍ୟାଉଛନ୍ତି ସନ୍ଥଜନରେ,

ମହିମା ଅଲେଖ ନାମ ଷଡାକ୍ଷରରେ ।।୨।।


ପଞ୍ଚଭୂତ ବ୍ରହ୍ମାଣ୍ଡରେ ଅଛନ୍ତି ମଧ୍ୟ ପିଣ୍ଡରେ

ପଚିଶି ପ୍ରକୃତି ଧରି ତଥି ମଧ୍ୟରେ ।

ସମଷ୍ଟି ବ୍ୟଷ୍ଟିରେ ରହି କର୍ମଫଳ ପ୍ରକାଶଇ

ସଂସାରର ଏହି ମୂଳ ସତ୍ୟ ତତ୍ତ୍ଵରେ ।।

ଜନ୍ମ ମୃତ୍ୟୁ ପଛରେ ଧାଇଁ,

ଜୀବକୃତ କର୍ମଫଳ ଦିଅନ୍ତି ଥାଇ ।।୩।।


ତିଳେ ତୈଳାଧାର ପରି ପିଣ୍ଡରେ ଅଲେଖପୁରୀ

ଜୀବଜଗତର ପରା ଅଟେ ଜୀବନ ।

ବାରକଳାରେ ଶରୀର ପିଣ୍ଡ ବ୍ରହ୍ମାଣ୍ଡରେ ସ୍ଥିର

କହିଛନ୍ତି ଗୀର ପରା ସୁଜ୍ଞାନୀଜନ ।।

ଖୋଜୁଅଛ କାହିଁକି ଅନ୍ୟେ,

ଜଳଜଳ ଦିଶୁଥାଇ ଦିବ୍ୟନୟନେ ।।୪।।


ବହୁଜନ୍ମ ତପଫଳେ ଜନମିଛେ ଧରାତଳେ

ମାନବ ଜନମ ପୁଣ୍ୟ ଶରୀର ପାଇ ।

ସେ ଜ୍ଞାନକୁ ଭୁଲିଗଲେ ଆଉ ବା ମିଳିବ ଭଲେ

ଭ୍ରମୁଥିବା ନାନାଯୋନି ଜନ୍ମରେ ଯାଇ ।।

ପ୍ରାପ୍ୟଜ୍ଞାନ ନଭୁଲି ସଖୀ,

ଗାଉଥିବା ପ୍ରଭୁନାମ ହୃଦୟେ ରଖି ।।୫।।


କରୋନା କାଳଲହଡି ଦିନୁଦିନ ଆସେ ମାଡି

ପ୍ରବେଶ ହୋଇଣ ସୃଷ୍ଟି କରେ ବିନାଶ ।

ଏମନ୍ତ ଦେଖି ନେତ୍ରରେ ନଡରି ଭୟ କାତରେ

ବେଳ ଥାଉ ଥାଉ ଜ୍ଞାନ କରି ପ୍ରକାଶ ।।

ଗୁରୁଦୀକ୍ଷା ଧର୍ମ ଧନରେ,

ଚାଲସଖୀ ଧ୍ୟାନରଖି ଧରି ଚିତ୍ତରେ ।।୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action