ଶକ୍ତି ସ୍ୱରୂପା ମା ଦୁର୍ଗା
ଶକ୍ତି ସ୍ୱରୂପା ମା ଦୁର୍ଗା
ମଙ୍ଗଳ କାରିଣୀ ଦୁର୍ଗଗା ମାଆ ଲୋ
ଶକ୍ତି ରୂପେ ତୁହି ସ୍ଥିତ
କେବେ କେବେ ହେଉ ଅଷ୍ଟ ଭୁଜା ତୁ ଲୋ
କେବେ ପୁଣି ଦଶ ଭୁଜା ।
ତୁହି ଆଦ୍ୟା ଶକ୍ତି ତୁହି ଯୋଗ ମାୟା
ଏ ସଂସାର ତୋର ମାୟା
ନଜାଣି ତାହାକୁ ଧନ୍ଦି ହୋଇ ନିତି
ଜନେ ହେଉ ଥାନ୍ତି ବାୟା ।
ଆଶ୍ୱିନ ମାସର ଶୁକ୍ଳ ପକ୍ଷ କାଳେ
ଶରତ ଋତୁରେ ତୁ ଲୋ
ଧରା ଆଗମନ କରି ମଣ୍ଡପ ରେ
କର ରେ ଧରି ତ୍ରିଶୂଳ ।
ଉଭା ହୋଇ ପୂଜା ପାଇ ଥାଉ ମା ଲୋ
ବାଜେ ଘଣ୍ଟ ,ଘଣ୍ଟା , ରୋଳ
ଧନ୍ୟ ଲୋ ଜନନୀ ଚଣ୍ଡ ବିନ।ଶିନୀ
କରୁ ଜଗତ ମଙ୍ଗଳ ।
ମଙ୍ଗଳ ମୟି ଗୋ କଲ୍ୟାଣ କାରିଣୀ
ଭକତି ଅନ୍ତରେ ପୂଜା
କରି ଯେ ନମଇ ପୟରେ ତୋହର
ଦୁରାଉ ତା , ଶୋକ ଚିନ୍ତ ।
