STORYMIRROR

Debabrata Mishra

Abstract Inspirational Others

4  

Debabrata Mishra

Abstract Inspirational Others

ସବୁକିଛି ସମ୍ଭବ

ସବୁକିଛି ସମ୍ଭବ

1 min
260


ତୋ' ଶରୀରେ ପ୍ରବାହିତ ବୀରତ୍ୱର ରକ୍ତ

ତୁ କଳିଙ୍ଗ ମାଟିରେ ଜାତ

ସମ୍ଭାବନାର ସଭ୍ୟତା ତୋ' ମନରେ

ତୁ ଭାରତମାତାର ଭାଗ୍ୟବାନ ସନ୍ତାନ,


ବାଧାବିଘ୍ନ ସବୁ ତୋ' ଭିତରେ

ନିମିଷେ ଭାଙ୍ଗିବାର ଶକ୍ତି ମଧ୍ୟ ତୁ

କୋଇଲାଖଣିରୁ ବି ପ୍ରାପ୍ତ ହୁଏ ହୀରା

ଅସୁମାରୀ ସ୍ବପ୍ନରେ ଭରପୂର ତୋ ନୟନ,


ତୁ ଆକାଶକୁ ଓଦା କରିପାରୁ ତୋ ଲୁହରେ

ମାଟିକୁ ଜାବୁଡ଼ି ଧରିବାର ଇଛାଶକ୍ତି

ଶିଖାଇଛି ଧରିତ୍ରୀ ମାତା ତୋତେ

ତୁ ବ୍ରହ୍ମକୁ ପୂଜିଲେ ବ୍ରହ୍ମାକୁ ଜାଣିଲେ

ଲେଖିବୁ ବ୍ରହ୍ମାଣ୍ଡର ବିଶେଷ ବିଷୟ

ତୁ ହିଁ ବୁଝାଇବୁ ସବୁଠୁ ଶ୍ରେଷ୍ଠ ବିବେକ ଓ ଜ୍ଞାନ,


ସବୁକିଛି ସମ୍ଭବ ତୋ ହାତରେ

ତୁ ଥରେ ହାତ ବଢ଼ାଇ ତ ଦେଖ୍

ସବୁ କିଛି ସମ୍ଭବ ତୋ ପଥରେ

ତୁ ଥରେ ପଥର ପଥେ ଚାଲି ତ ଦେଖ୍

ସାର୍ଥକ ହେବ ତୋ ବ୍ୟର୍ଥ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract