STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଆସ ଫେରିଆସ

ଆସ ଫେରିଆସ

1 min
378


ଯେତେ ନରମ କରୁଛି ଆପଣାକୁ

ତୁମେ ସେତେ ନିରୀମମ ହଉଛ

ତୁମ ନିଜର ନହେବା କାରଣ ରେ

ମୋ ନଜର କୁ ଦାୟୀ କରୁଛ।।


 ଯାହା ସର୍ତ୍ତ ଥିଲା ସବୁ ମାନିନେଲି

ନିଜ ତର୍କ ସଂଗେ କରି ତକରାଳ

ତଥାପି ତୁମର ଗତି ଗଲା ପରି

ହେଲେ ଆସିବା ଇଙ୍ଗିତେ ଭଣ୍ଡଉଛ।।


ତୁମ ନା ଟା ବି ନୁହେଁ ନା ପରି

ମୁଣ୍ଡ ଟୁଙ୍ଗାରିବା ଭାବ ଦି'ତରଫା

ଦ୍ରୋଣ ପ୍ରଶ୍ନ କୁ ଯୁଧିଷ୍ଠିର ସମ

ନରେ ବା ଗୁଞ୍ଜରେ ପୁନଃ ଉଚ୍ଚାରୁଛ।।


ଯେତେ ଖସରା ହେଲେ ବି ଚେଙ୍ଗମାଛ

ଧରା ପଡିଯିବ ଦିନେ ଧରୁ ଧରୁ

ତୁମେ ନିଜ ଡିଆଁ ଛାଡି ପାରୁନାହଁ

ମୋ ଧରିବାକୁ ଦାୟୀ କରୁଅଛ।।


ତୁମ ପାଖେ ଆଜି ଅଛି ରାଜପାଟ 

ହେଲେ ରାଜା ନୁହଁ ତୁମେ ଜାଣିଛ ବି,

ମୁଁ ତ ଚାହିଁନି ସୁରକ୍ଷା ତୁମଠାରୁ

ମୋ ପରେ ରାଜାପଣ ଦେଖାଉଛ!!


ମୁଁ ନିଜ ପାଇଁ ଯେତିକି ନିଅଣ୍ଟ

ତହୁଁ ଅଧିକ ବଳକା ତୁମପାଇଁ

ଚୂନ ବାଲି ଭାଗମାପ ଜଣାନାହିଁ

ରାଜମିସ୍ତିରୀ ପାଣିଆ ଦେଖାଉଛ।।


ଫଡ଼ା ଫଡ଼ା ହୋଇ ଝଡ଼ିଯିବ ଦିନେ

ତୁମ ଗର୍ବ ର ସିମେଣ୍ଟ ପରତ ବି

ମୁଁ ବାଲି ବୋଲି ପାଦ ଝାଡ଼ିଝାଡ଼ି

ନିଜେ ନିଜ ବଡ଼ପଣ ବଖାଣୁଛ।।


ଯିବା ଆସିବା ମଝିରେ ଦୁଇ ଦିନ

ଏତେ ଗୁମାନକୁ ବେଳ କଳିବନି

ନିସ୍ବ ନୁହେଁ ମାତ୍ର ସାଥିଲୋଡ଼ା ବୋଲି

ଡାକୁଛି ମୁଁ , ତୁମେ ମୁହଁ ମୋଡ଼ୁଅଛ।।


ଏହି ଜାତି ପାଇଁ ଆଜି ତୁମ ଖ୍ୟାତି

ବିନା ମୁଣ୍ଡକୁ ମୁକୁଟ ପରି ତୁମେ

ନିଜ ଆଧାରକୁ ହତାଦର କରି

ଶିରେ ଶିରପା ସଜେଇ ଦେଖାଉଛ।।


ଆସିଛି ମୁଁ ଏକା ଅଛି ଏକା ଏକା

ଏକାକୀ ବାହୁଡ଼ି ଯିବି ଦିନେ

ହୁଡିଯିବା ଆଗୁଁ ବାହୁଡ଼ିବା ପଥ

ଭୁରୁଡ଼ି ମାରନା ଆସ ଫେରିଆସ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract