STORYMIRROR

Padmalaya Mishra

Abstract Inspirational Others

4  

Padmalaya Mishra

Abstract Inspirational Others

ସମାନ୍ତର

ସମାନ୍ତର

1 min
222


ଜାଣିଛ କି କିଏ ମୃତ୍ୟୁର ଠିକଣା

ଜୀବନର ଉପପାଦ୍ୟ

କେବେ ହୋଇଥାଏ ସରଳ କବିତା

କେବେ ଅବୁଝା ସେ ଗଦ୍ୟ ।।


ମନର ଉତ୍କଣ୍ଠା ସରେ ନାହିଁ କେବେ

ମାନସାଙ୍କ କଷିଦେଲେ

ଯୋଗୀ ଭୋଗୀ ତ୍ୟାଗୀ ଆଉ ବଇରାଗୀ

ସମାଧାନ ଯେତେ ଦେଲେ ।।


ଜନ୍ମ ମୃତ୍ୟୁ ଦୁହେଁ ସମାନ୍ତର ଭାବେ

ଚାଲୁଥାଏ ଅଜାଣତେ

କେବେ ମିଶିଯାଏ ସମାନ୍ତର ରେଖା

ମାୟାର ବନ୍ଧନ ସୂତେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract