ସମାନ୍ତର
ସମାନ୍ତର
ଜାଣିଛ କି କିଏ ମୃତ୍ୟୁର ଠିକଣା
ଜୀବନର ଉପପାଦ୍ୟ
କେବେ ହୋଇଥାଏ ସରଳ କବିତା
କେବେ ଅବୁଝା ସେ ଗଦ୍ୟ ।।
ମନର ଉତ୍କଣ୍ଠା ସରେ ନାହିଁ କେବେ
ମାନସାଙ୍କ କଷିଦେଲେ
ଯୋଗୀ ଭୋଗୀ ତ୍ୟାଗୀ ଆଉ ବଇରାଗୀ
ସମାଧାନ ଯେତେ ଦେଲେ ।।
ଜନ୍ମ ମୃତ୍ୟୁ ଦୁହେଁ ସମାନ୍ତର ଭାବେ
ଚାଲୁଥାଏ ଅଜାଣତେ
କେବେ ମିଶିଯାଏ ସମାନ୍ତର ରେଖା
ମାୟାର ବନ୍ଧନ ସୂତେ ।।
