STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଶାନ୍ତି

ଶାନ୍ତି

1 min
11

ଶାନ୍ତି

------


ଶାନ୍ତି ଆଜି ଲୁଚିଛି

ନା ନା ଉଭାନ ହେଇଛି

ଆଧୁନିକତାର ଉଦଣ୍ଡ ନାଚରେ

ପରଶ୍ରୀକାତରତାର ମୁଖା ତଳେ

ଈର୍ଷାର ଖୋଳପା ଭିତରେ ।।


ନା ଶାନ୍ତି ଫେରିବନି

ସେ ଡରି ଯାଇଛି

ହିଂସକ ମନଭାବ ଦେଖି

ଜାଣିଶୁଣି ବୁଜିଛି ଆଖି

ଅହଂ ତ ମାତିଛି

ଶାନ୍ତିକୁ କିଏ ଖୋଜୁଛି ?


ଶାନ୍ତି ଅଣନିଶ୍ଵାସୀ

ଭୁଲିଛି କେବେ ସେ ଥିଲା ଭୂବାସୀ

ଏବେ ତ ଗୋଟିଏ ଶବ୍ଦ ମାତ୍ର

ଶବ ପାଲଟିଛି ସର୍ବତ୍ର

ଅଶାନ୍ତି କରୁଛି ରାଜୁତି

ଅଧର୍ମ ଅତ୍ୟାଚାର ମାତି

ଦେଖାନ୍ତି ନିଜର କିର୍ତ୍ତୀ ।।


ଶାନ୍ତି କାହିଁ ?

କୁଆଡେ ଖୋଜିବା

ଖୋଜି ଖୋଜି କାଳଗର୍ଭରେ ହଜିବା

ଦାୟାଦଙ୍କ ପାଇଁ ନଥିବ

ଯାହା ଇତିହାସ ପାଲଟିଥିବ

ରହିଥିବ ଯାକିଯୁକି ମନ କୋଣରେ

ନିଇତି ଝରୁଥିବ ଲୁହରେ ।।


#ପଦ୍ମାଳୟା

#padmalayamishra


Rate this content
Log in

Similar oriya poem from Abstract