କବିତାର କଳ୍ପବଟ
କବିତାର କଳ୍ପବଟ
କବିତାର କଳ୍ପବଟ
......................
କଲମ ଓ ଭାବନା ଏକତ୍ର ହୋଇଲେ
କବିତା ଚାରାଟିଏ ରୋପିଲେ
ମନରେ ମନ୍ଥନ ଚାଲିଲା
କବିତା ଚାରା ବୃକ୍ଷ ହେଲା
ମେଲେଇଛି ଶାଖା ପ୍ରଶାଖା
କେଉଁଠି ସୁଖ ତ କେଉଁଠି ଦୁଃଖର ରେଖା
ଆସୁଛି ବରଷା ଦେଇଛି ଭରସା
ମେଲେଇବ ଶାଖା ଅଧିକ
ଶରତ ପରଶେ ବୃକ୍ଷ ଦେହ ହସେ
ହେମନ୍ତର ହିମ କରିଅଛି ମୁକ
ଶୀତ ଜାହିର କରିଛି ପ୍ରକୋପ
ବୃକ୍ଷେ ନାହିଁ ଆଉ କବିତାର ଲେପ
ବସନ୍ତ ଛୁଇଁଲା ବୃକ୍ଷ ବି ହସିଲା
ରଙ୍ଗ ବେରଙ୍ଗର ଫୁଲ ତ ଫୁଟିଲା
ଭାବନାର ଦ୍ଵୀପେ ମହକ ଛୁଟିଲା
ଥିଲା କାହୁଁ ଗ୍ରୀଷ୍ମ ଦାଉ ତା ସାଧିଲା
ଭାବନା ରାଇଜେ ଅକାଳ ପଡିଲା ।।
କବିତାର କଳ୍ପବଟ କବି କେମିତି ଆଙ୍କିବ
ଭାବନା ରାଇଜେ କେମିତି ଭିଜିବ
ଋତୁ ବଦଳିଲା ପରି ମନ ବଦଳୁଛି
କେତେବେଳେ ହସ ଦେଇ ଲୁହ ବି ଦେଉଛି
ଭକ୍ତି ରସ କେବେ ହୃଦୟରେ ଆସି
ଭକ୍ତି ନଉକାରେ ଯାଏ ଦେଖ ଭାସି
ଜୀବନ ଯନ୍ତ୍ରଣା ଯେବେ ହାବି ହୁଏ
ଦୁଃଖର ସାଗରେ ପୁଣି ଭାସିଯାଏ
ପ୍ରେମ କେତେବେଳେ ଆସି
ହୃଦୟରେ ଉଏଁ ପୂର୍ଣ୍ଣମୀର ଶଶୀ
ଆଙ୍କିଦେଇ ବୃକ୍ଷେ ଚୁମ୍ବନ ଚିତ୍ରଟେ
ତାପରେ ପୁଣି ପ୍ରତାରଣା ଭେଟେ
ଏମିତି ବତୁରୁଛି ଭାବନାରେ ଯେବେ
କବିତା ବୃକ୍ଷରେ ଫୁଲ ବି ଧରିବେ
ଭାବନାକୁ ଫେଣ୍ଟି ପାଇଛି ଯେ ରଙ୍ଗ
ସଜାଇବି ବୃକ୍ଷର ପ୍ରତ୍ୟେକ ଅଙ୍ଗ
ନବରସ ଭରି କବିତା ଲେଖିବି
କବିତାର କଳ୍ପବଟଟେ ଆଙ୍କିବି ।।
#ପଦ୍ମାଳୟା
#padmalayamishra
