STORYMIRROR

Padmalaya Mishra

Abstract Comedy Inspirational

4  

Padmalaya Mishra

Abstract Comedy Inspirational

ଆସ ସଭା କରିବା

ଆସ ସଭା କରିବା

1 min
340


ଦୁଇ ଚାରି ଜଣ ଏକାଠି ବସିଛେ

କେତେ ଆଉ ହାଇ ମାରିବା

ଚାଲ ସାଙ୍ଗ ମାନେ ଏଇଠି ବସିଣ

ଆୟୋଜନଟିଏ କରିବା

ଆସ ସଭା କରିବା ।।


ସଭାରେ ପ୍ରଥମେ ଗଣେଶଙ୍କୁ ଡାକି

ହରିବୋଲ ପକାଇ ଦେବା

ସଭାପତି ହେବ ତୁମେ ଆଉ ମତେ

ସେକ୍ରେଟାରୀ ନିଶ୍ଚେ କରିବା

ଆସ ସଭା କରିବା ।।


ଗ୍ରାମରୁ ସହର ଦେଶରୁ ବିଦେଶ

ସବୁଠାର ଚର୍ଚ୍ଚା କରିବା

ଖେଳ ରାଜନୀତି ଠୁଳ ଯେ ସମ୍ପତ୍ତି

ଅର୍ଥନୀତି ଅଙ୍କ କଷିବା

ଆସ ସଭା କରିବା ।।


ପରିବେଶ ପରିସ୍ଥିତି ଯୁଦ୍ଧରୁ ବିରତି

ମାଓ ହିଂସା କଥା କହିବା

ଜଳ ସ୍ଥଳ ବାୟୁ ସରକାର ସ୍ନାୟୁ

ସବୁର ହିସାବ କରିବା

ଆସ ସଭା କରିବା ।।


ଓଡ଼ିଆ ଅସ୍ମିତା ସଙ୍କଟରେ ପରା

ସାହିତ୍ୟର କଥା କହିବା

ଫକୀରମୋହନ ଓ ମଧୁସୂଦନ

ନାମକୁ ତ ବାହୁନି ହେବା

ଆସ ସଭା କରିବା ।।


ଭଲ ଲାଗୁନାହିଁ ନୀରବେ ବସିଲେ

କେତେ କଥା ଆଉ ଭାବିବା

ସଙ୍ଘଟିଏ ଗଢି ତାଳଗଛେ ଚଢି

ହାତ ଛନ୍ଦିଛାନ୍ଦି ନାଚିବା

ଅଳସ ଲାଗୁଛି ମତେ ଆହେ ବନ୍ଧୁ

ଆସ ସଭା କରିବା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract