STORYMIRROR

Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ଲେଖୁ ଲେଖୁ ଲେଖିଦେଲି

ଲେଖୁ ଲେଖୁ ଲେଖିଦେଲି

1 min
332


କବି ନୁହଁଇ ମୁଁ ନୁହେଁ ବି ଲେଖକ

ନୁହେଁ ମୁଁ ଯେ କଥାକାର

ଭାବନାର ସ୍ଵର ଶବ୍ଦେ ଶବ୍ଦେ ଛନ୍ଦି

ଦେଇଛି କିଛି ଆକାର

ସତ କହିଲେ ମୁଁ ଈଶ୍ୱର ସୃଷ୍ଟିର

ଛୋଟ ଏକ କଳାକାର ।।


ନିତି ନିତି କରେ କେତେ ଅଭିନୟ

ବିଧାତା ଲେଖିଛି ଯାହା

ସମ୍ପର୍କରେ ଛନ୍ଦି ହେଉଅଛି ଧନ୍ଦି

ସବୁ ଅଟେ ମୋହମାୟା

ସୁକ୍ଷ୍ମ ତନୁ ମୋର ଉଦ୍ଦେଶ୍ୟ ଖୋଜୁଛି

ବିଚରୁଛି ସ୍ଥୁଳକାୟା ।।


ଭବ ପାରାବାରେ ଭାବର ବନ୍ଧନେ

ବନ୍ଧା ଏଠି ପ୍ରତିପ୍ରାଣ

ସତ କୁହ ତୁମେ ବାନ୍ଧି ହୋଇନକି

ଦେଲି ତୁମକୁ ମୋ ରାଣ

ସେଥିପାଇଁ ପରା ନିରନ୍ତର ଚାଲେ

ଏଠି ମାନ ଅଭିମାନ ।।


ଛୋଟିଆ ହୃଦୟ କରୁଛି ଅଥୟ

ବିଭୁ ପଦେ କରେ ଅଳି

ସମ୍ପର୍କର ଡୋର କେବେହେଁ ନଛିଣ୍ଡୁ

ମିଳୁଥାଉ କରତାଳି

ଭାବରେ ଭାବରେ ବହିଯାଇ ଟିକେ

ଲେଖୁ ଲେଖୁ ଲେଖିଦେଲି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract