STORYMIRROR

Nirupama Naik

Abstract Others

4  

Nirupama Naik

Abstract Others

ଶଙ୍ଖା ସିନ୍ଦୂର

ଶଙ୍ଖା ସିନ୍ଦୂର

1 min
547

ହଁ ହେଇଗଲି ପର ନିଜ ଘରୁ

ଆଜି ଅନ୍ୟ ନା' ରେ ଚିହ୍ନଟ

ପିନ୍ଧିନେଲି ଯେବେ ମଥାରେ ସିନ୍ଦୂର

ହାତେ ଶଙ୍ଖା ଦୁଇ ପଟ...

ଅଜଣା ମଣିଷ ନିଜର ହୋଇଲା

ପର ହେଲେ ଯେ ନିଜର

ବାପା-ମା ଛାଡି ଚାଲି ଆସିଲି ତ

ମିଳିଳେ ଶାଶୁ-ଶ୍ୱଶୁର....

ଭାଈ-ଭଉଣୀଙ୍କୁ ଛାଡି ଆସିଲି ତ

ପାଇଲି ଦିଅର-ନଣନ୍ଦ

କାହାକୁ ଛାଡି ମୁଁ ତୁମକୁ ପାଇଲି

ମନେ ଉଠିଲା ଏ ଦ୍ଵନ୍ଦ...

ଶୂନ୍ୟ ସ୍ଥାନ ପୂର୍ଣ କଲା ପରି ପ୍ରଭୁ

ସବୁ ସମ୍ପର୍କ ଯୋଡ଼ିଦେଲେ

ଏମିତି କି ଶୂନ୍ୟତା ଥିଲା ମୋ ଜୀବନେ

ତୁମ ସାଥେ ମିଶାଇଲେ...

ତୁମେବି ନିଶ୍ଚୟ ଭାବୁଥିବ ମନେ

ମୋ ପରି ଅନେକ କଥା

କିଛି ତ ଶୂନ୍ୟତା ଥିବ ବୋଲି ଆମେ

ହେଲୁ ଏ ବନ୍ଧନେ ବନ୍ଧା...

ଖାଲି ରହିଥିଲା ପ୍ରକୃତ ସାଥିର

ସ୍ଥାନ ମୋର ଏ ଜୀବନେ

ବାପା-ମା ପରେ ତୁମେ ହିଁ ପାରିବ

ରଖି ମତେ ଯତନେ...

ଶୂନ୍ୟ ଥିଲା ବୋଲି ସେହି ସାଥିଟିର

ତୁମକୁ ମିଶାଇଦେଲେ

ଶୂନ୍ୟକାଳ ଯାଏଁ ପବିତ୍ର ବନ୍ଧନେ

ତୁମ ସାଥେ ବାନ୍ଧିଦେଲେ...

ମନ କଷ୍ଟ ହେଲେ ଦୁହେଁ ଦୁହିଁଙ୍କର

ମନକୁ ବୁଝାଇଦେବା

ଯାହା ହଜିଯିବ ମିଶି ଖୋଜିନେବା

ଭଙ୍ଗାକୁ ସଜାଇ ନେବା...

ଦୁଇ ଆଖି ପରି ଦୁଇ ଜଣ ଆମେ

ପରସ୍ପର ବିନା ଅଧୁରା

ଗୋଟେ ପଟ ତୁମେ ଦେଖି ଚାଲୁଥାଅ

ଅନ୍ୟଟି ମୁଁ କରିବି ପୁରା...

ଚାରି ଦିନର ଏ ଜୀବନ ଯାପନ

ସାତ ଜନ୍ମ ପାଇଁ ପ୍ରଣ

ସବୁ ଜନ୍ମରେ ତୁମର ବୋଲି ମୁଁ

ସିନ୍ଦୂର ଦିଏ ପ୍ରମାଣ...

ଦୁଇ ଚକିଆର ଜୀବନେ ମୋର

ଗୋଟେ କଥା ଘଟିଯାଉ

ଶଙ୍ଖା-ସିନ୍ଦୂରର ଅଭୂଷଣରେ ମୋ

ଜୀବନ ଟା ବିତିଯାଉ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract