ମନର ମଣିଷ
ମନର ମଣିଷ
ମୁଁ କିଏ ମୁଁ ଭୁଲିଗଲି
ତୁ କିଏ ଜାଣିଲା ପରେ
ମୋ ଅସ୍ତିତ୍ୱ ଲିପ୍ତ ତୋ ଭିତରେ
ତୋ ସାଥେ ଦିନ ରାତି ସରେ
ତୁ ଅମାନିଆ ମେଘ ବରଷା
ହେଲେ ମୁଁ ଅବୁଝା ନଈ କୁଳ
ତୁ ଝରୁଥିବୁ ଯେତେ ପୁରି ଉଠିବି
ମୁଁ ଏ ତ ଭଲପାଇବା ର ମୁଳ
ତୁ ଦିଗମ୍ବର ସାଜି
ଜୀବନରେ ମୋର ଅନ୍ଧକାର ହଟାଇଲୁ
ଘନ ଜଙ୍ଗଲରେ ବାଟବଣା ଥିଲି
ତୁ ବାଟ ଦେଖାଇଲୁ
ତୁ ଚନ୍ଦ୍ର ସାଜି ରୂପେଲି ରଙ୍ଗିଲୁ ଫିକା ଜୀବନକୁ ମୋର
ମୋର ମନ ସାଜେ
ତୋ ଘର ଅଗଣା ମନ ମଣିଷ
ତୁ ମୋର...।