STORYMIRROR

Nirupama Naik

Comedy Romance

3  

Nirupama Naik

Comedy Romance

ମୋବାଇଲ

ମୋବାଇଲ

1 min
11.5K

ମନେ ପଡେ କାହିଁ ପୁରୁଣା ଦିନ ସେ ମିଠା ମିଠା ସ୍ମୃତି ସାଜି

ମଧୁର ମିଳନ ମୁହୂର୍ତ୍ତ ଗୁଡ଼ିକ ଫେରିଆସନ୍ତା କି ଆଜି...

କିଛି ମୁହୂର୍ତ୍ତ ର ଦେଖା ସାକ୍ଷାତରେ ହଜିଯାଉଥିଲୁ ଏକା ସାଥେ

ଆଜି ତ ସମୟ ପ୍ରଚୁର ମିଳୁଛି ହେଲେ କଥା ମିଳୁ ନାହିଁ ପଦେ...

ହାତ ଛନ୍ଦି ହୋଇ ଥାଏ ତୁମ ହାତେ ବାଟ ଅଳ୍ପ ଲାଗୁଥିଲା

ଏବେ ମୋବାଇଲ ହାତେ ଲାଖିଛି ଯେ ସେ ସବୁ ହଜିଗଲା...

ଘଣ୍ଟା ଘଣ୍ଟା ଧରି ଗପୁଥିଲେ ଆମେ ପାଖକୁ ଆସିବା ଲାଗି

ଘଣ୍ଟା ର କଣ୍ଟା ବି ଚୋରେଇ ନେଲା ସେ ପାରୁନି ଫେରେଇ ମାଗି...

ହଁ ଥିଲା ମୋର ବନ୍ଧୁ ପରି ସେ ଯେ ତୁମ ସାଥେ ଯୋଡ଼ିରଖେ

ଆଜି କିନ୍ତୁ ମତେ ଦୁରେଇ ଦେଇଛି ରହୁଛି ବେଶି ତୁମ ପାଖେ....

ଲଭାଙ୍ଗି ଦିଅନ୍ତି କି କଚାଡି ପକାନ୍ତି ବେଳେ ବେଳେ ଇଛା ହୁଏ

କିନ୍ତୁ ପାରେ ନାହିଁ ସେତିକି ବି କରି ନିଜ ମନେ ଘାରି ହୁଏ...

କିଛି ମୁହୂର୍ତ୍ତକେ ଭେଟୁଥିଲେ ଯେବେ ଆଖି ଆଖିରେ ହଜୁଥିଲା

ପଦେ ପଦେ କଥା ଲାଗୁଥିଲା ମିଠା ପ୍ରତି ମୁହୂର୍ତ୍ତ ସ୍ମୃତି ସାଜୁଥିଲା...

ଆଜି ସାମ୍ନାରେ ଥାଇ ବି ପଡୁନି ତୁମ ଆଖି ମୋ ଆଖିରେ

ସିଏ ସୌତୁଣୀ ଭଳି ସବୁବେଳେ ରହୁଛି ତୁମ ସାଥିରେ... କୌତୁହଳ ର କଥା ଲାଗିପାରେ ଏକ ମୋବାଇଲ ଗାଥା

ସେଇ ମୋବାଇଲ ରେ ପଢି ନିଅ ପ୍ରିୟ ମୋର ମନ ର ଯେ ବ୍ୟଥା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy