ଚିନ୍ତା କର ଟିକେ
ଚିନ୍ତା କର ଟିକେ
ଅପସଂସ୍କୃତିକୁ ଆପଣେ ଉଛେ ତୁଚ୍ଛାକୁ ଆଧୁନିକତା ନାଁରେ ?
ସନାତନ ଧର୍ମ ସଂସ୍କୃତି ଚଳଣିର ଏତେ ଯେ ମଧୁରତା ,
ବିଦେଶୀ ମାନନ୍ତି ଆମରି ସଂସ୍କୃତି ଦେଖାନ୍ତି କେତେ ଆନ୍ତରିକତା ,
ମଥାରେ ଚନ୍ଦନ କଣ୍ଠିରେ ତୁଳସୀ ମାଳାରେ ଆହା କି ମଧୁରତା ,
କିନ୍ତୁ କି କହିବି ଭାରତୀୟ ହୋଇ ନାହିଁ ତହିଁରେ ଆନ୍ତରିକତା । ୧
ଆମ ସଜ ବାଜକୁ ମାରି ଗୁଲି ,
ପାଶ୍ଚାତ୍ୟ ସଂସ୍କୃତି ପରମ୍ପରାରେ ଯାଉ ନିମଜ୍ଜି ,
ଓଢଣା ଶାଢ଼ୀ ଯେ ପୁରୁଣା କାଳିଆ ପିନ୍ଧୁଚୁ ଜିନ୍ସି ,
କଟା ବସ୍ତ୍ର ପିନ୍ଧି ଅଧା ଫୁଙ୍ଗୁଳା ଛାତି ପେଟ ବୁଲୁ ଦେଖାଇ ।୨
ଓଡିଶୀ ପାରମ୍ପରିକ ନୃତ୍ୟରେ ନାହିଁ ମନ ,
ଖେମେଟା ନାଚ ପାଇଁ ଯେ ଉଚ୍ଛନ୍ନ ,
ଚମ୍ପୁ ଛନ୍ଦକୁ କୁହେ ପୁରୁଣା ଯୁଗର ଏ ଗାନ ,
ଦୁଖଃତ କଥା ବିଦେଶୀ ଶିଖନ୍ତି ଏସବୁ ଦେଇ ମନ । ୩
ପ୍ରଣାମ ହାତ ଯୋଡି ନମସ୍କାର ହେବା ଆମ ପରମ୍ପରା ,
ସେ ସବୁ ଆଉ ଚଲେଣି ହାଏ ହେଲୁ କହି ହାତ ମିଶେଇବାରେ ଆଗଭରା ,
ଜୟ ଜଗନ୍ନାଥ ବିଦେଶୀ କହି ମନକୁ ତୋଷନ୍ତି କିନ୍ତୁ ଆଧୁନିକ ଭାରତୀୟଙ୍କ ମୁହେଁ ହାଏ ଶୁଭେ ପରା ,
ସନାତନ ଧର୍ମେ କେତେ ଯେ ମଧୁରତା ଦରିଆ ସେପାରୁ ଟାଣି ଆଣେ ପରା । ୩
ସନାତନୀ ହୋଇ ରୁଚି ନାହିଁ ନିଜ ରୀତି ନୀତିରେ ,
ଦୀପ ଜଳେଇବା ପରିବର୍ତ୍ତେ ଫୁଙ୍କି ଲିଭାଯାଏ ମହଣବତୀ ଜନ୍ମଦିନରେ ,
ଚନ୍ଦନ ତିଳକ ପ୍ରଥମ ପରିଚୟ ହିନ୍ଦୁ ସନାତନୀ ଭାବରେ ,
ଚନ୍ଦନ ଲଗେଇବାକୁ ଲାଜ ଲାଗେ ଏଠି ବିଦେଶୀ ଲଗାନ୍ତି ଖୁସିରେ । ୪
ନିଜ ଭାଷାଠୁ ଅଧିକ ପସନ୍ଦ ଥାଏ ବିଦେଶୀ ଇଂରେଜୀ ଭାଷାରେ ,
ପ୍ରତି ପଦେ ଗଡ଼ିଯାଏ ମୁଁହରୁ ନଥାଇ ସରାଗ ମାତୃଭାଷାରେ ,
ଭାରତୀୟ ଏଠି ଇଂରାଜୀ କୁହେ ଅଥଚ ବିଦେଶୀ କୁହେ ଭାରତୀୟ ଭାଷା ଅତି ସରାଗରେ ,
କେଡେ ଲଜ୍ୟା କଥା ଚିନ୍ତା କର ଟିକେ ଅପସଂସ୍କୃତିକୁ ଆପଣେଉଛେ ତୁଚ୍ଛାକୁ ଆଧୁନିକତା ନାଁରେ । ୫