STORYMIRROR

Kali Kumar

Comedy Tragedy

3  

Kali Kumar

Comedy Tragedy

ଗାନ୍ଧୀ ମୁଣ୍ଡ ଆଗେ ବାତ୍ସଲ୍ୟ

ଗାନ୍ଧୀ ମୁଣ୍ଡ ଆଗେ ବାତ୍ସଲ୍ୟ

1 min
158


ରଜ ଅଛି ବୋଲି,

ବୋଉ ମୋ କହିଲା,

"ବୁଲିଆସିବୁ ଟିକେ ଗାଁକୁ,

କେତେ ମାସ ହେଲା ଦେଖି ନାହିଁ ମୁହିଁ,

ମୋ ଏକୋଇର ବୋଳା ମୁହଁକୁ "

ସମୟ ପାଇଲେ, ବୁଲିଆସିବୁ ଟିକେ ଗାଁକୁ ।।


ତୋ' ମନ ଜାଣିକି ତିଆରିବି ମୁହିଁ

କେତେ ରକମର ବ୍ୟଞ୍ଜନ ସାଙ୍ଗକୁ ସୁଆଦିଆ ପୋଡ଼ ପିଠା

ରଖିଥିବି ମୁହିଁ ଗୁଡ଼ିଆ ଘର ବରାଦିଆ ( ଅଗ୍ରୀମ ବଇନା)

ତୋ ମନ ପସନ୍ଦ ମିଠା ।।


ପିଠା ମିଠା ଶୁଣି ମୁହଁରୁ ଆପେ ବହୁଥିଲା ଲାଳ,

ସଂଗେ ସଂଗେ ପୁଣି ମନକୁ ଆସିଲା,

"ଏହି ଗଲା ବାତ୍ୟାରେ,

ଘର କାନ୍ଥ ଭୁଶୁଡ଼ିଛି ପୁଣି ଉଡ଼ିଛି ଛପର ଚାଳ"


ତେଣୁ ଚାଳ ଛପର ମରାମତି ପାଇଁ,

ରଜ ବାହାନାରେ ହାତେଇବାକୁ କିଛି ଟଙ୍କା

ବୋଉ ବୋଧେ ଏବେ ସିଧା ନ କହି, କଥାକୁ କହୁଛି ବଙ୍କା ।।


ମୁଁ ସହରୀ ପାଠୁଆ ଧୁରନ୍ଧର ପୁଣି ବିଚକ୍ଷଣ-ବହୁମୁଖୀ

ମଫସଲି ମୋ ବୋଉର ଚକ୍ରାନ୍ତକୁ,

ପାରନ୍ତି ନାହିଁ କି ପରଖି ?

ମୋ ଉର୍ବର ମୁଣ୍ଡରୁ ଉପାୟ ପାଞ୍ଚି,

କହିଲି, ଆଲୋ ବୋଉ !

ଏ ପିଠାପଣା ମିଠା ଏସନ ଥାଉ,

ତୁ ତୋ ଜାଣିଛୁ,

"ଏ କରୁଣା (କରୋନା) ମହାମାରୀର ଦାଉ"

ଏ ପିଠାପଣା ମିଠା ଏସନ ଥାଉ ।।

ଆଉ କଥା ଦେଲି, ଆସିବି ଗାଁକୁ ଏଥର ଆସିଲେ ହୋଲି

ସେ କାହୁଁ ବୁଝିବ, ମୁଁ କଥା ବୁଲାଉଛି ବୋଲି ।।


ଆଜିର ପୁଅ,

ଗାନ୍ଧୀ ମୁଣ୍ଡ ଆଗେ ନିଃସ୍ୱାର୍ଥ ବାତ୍ସଲ୍ୟକୁ କରି ଦେଇପାରେ ହେୟ

କିନ୍ତୁ ବୁଢ଼ୀ ମା'ଟି ଆଜିବି ମନାସେ,

ହେଉ ତା' ପୁଅର ଜୟ                            

ହେଉ ତା' ପୁଅର ଜୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy