ଭଙ୍ଗା ଆଇନା
ଭଙ୍ଗା ଆଇନା
ଯେତେ ଖଣ୍ଡ ସେତେ ରୂପ ଦେଖାଏ ଗୋଟେ ଛବି ଆଙ୍କି ପାରେନା
ସଜାଡ଼ିଲା ପରି ଯୋଡ଼ିଦେଲେ ବି ଦୁନିଆକୁ ଫାଙ୍କି ପାରେନା
ଅଶୁଭ ସଂକେତ ମଣି ମୋତେ ଫିଙ୍ଗାଡି ଫୋପାଡ଼ି ଦେଉଛ
ନିଜ ରୂପ/ରେଖା ସାଜ ଲାଗି ଆଉ ଏକ ଆଣି ନେଉଛ
ହେଲେ ଦୋଷ ମୋର କଣ?
କାହିଁ ହୁଏ ମୁଁ ଅଲୋଡ଼ା ନିଜେ ନିଜେ ତ ଭାଙ୍ଗିନୀ କି
ନିଜେ ହୋଇନାହିଁ ଗଢ଼ା ମଣିଷ ଗଢ଼ିଛି ସେ ହିଁ ଭାଙ୍ଗିଛି କିନ୍ତୁ
ମୁଁ ହେଲି ଅଶୁଭ ମୋତେ ଫିଙ୍ଗାଡି ଦେଲା ପରେ କି?
ଦୁରେଇଗଲା ସେ ପ୍ରଭାବ...
ମନ ଆଇନାକୁ ସଫା ନ କରି ମୋତେ ଦୋଷ ଦେଇ ଚାଲୁଛ
ନିର୍ଜିବ ମୁକ ଆଇନା ବୋଲି ଦୋଷ ମୋ ମୁଣ୍ଡେ ଠେଲୁଛ...।