STORYMIRROR

Nirupama Naik

Abstract Others

3  

Nirupama Naik

Abstract Others

ମୁଁ ହୋଇନାହିଁ ଲକଡାଉନ

ମୁଁ ହୋଇନାହିଁ ଲକଡାଉନ

1 min
11.8K

ମୁଁ ଘରେ ହିଁ ରୁହେ ସର୍ଵଦା

ଇଚ୍ଛା ହେଲେ ବି ବାହାରକୁ ଯାଇପରେନା

ଚାରି କାନ୍ଥ ମଧ୍ୟେ ବାହାର ଦୁନିଆର

ସ୍ୱାଧୀନତା ପାଇପରେନା...

ମୋ କର୍ମ ସବୁବେଳେ ସୂଚଳ

ଛୁଟି କି ଅବକାଶ ପାଇନି

ଦୋକାନ ବଜାର ବନ୍ଦ ଅଛି କି ଖୋଲା?

ଦେଖିବାକୁ କେବେ ଯାଇନି...

ଭୋର ୫ଟା ରୁ ରାତି ୧୨ଟା ଯାଏଁ

ମୋର ସମୟସୀମା ନିର୍ଦ୍ଧାରିତ

ଘରେ ରହିବାଟା ମୋର ନିତିଦିନିଆ କାମ

ଜାଣେନା ଏଇ ଲକଡାଉନର ଚରିତ...

ଟି.ଭି. ନିଉଜ଼ ରେ ଦେଖୁଛି

ଚାରିଆଡ଼େ ଲକଡାଉନ ଚାଲିଛି

ଅନ୍ୟ କାମ ସବୁ ବନ୍ଦ ହେଲେ ବି

ମୁଁ କିନ୍ତୁ ନିରନ୍ତର ଚାଲିଛି...

ହଁ କାମ ବେଶ ବଢିଯାଇଛି

ତଥାପି କାହାର ନଜର ନାହିଁ

ଦେଶ ବିଦେଶର ସମ୍ବାଦ ଜାଣନ୍ତି ସବୁ

ମୋର କିନ୍ତୁ କାହାକୁ ଖବର ନାହିଁ...

ଲକଡାଉନ, ସଟଦଉନ ଆଜି

ଗାଁ, ସହର ଓ ଟାଉନ

ହେଲେ ମୋ ଉପରେ ପ୍ରଭାବ ପଡ଼ିନି

ମୁଁ ହୋଇନାହିଁ ଲକଡାଉନ!!!


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract