Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Naik

Others

2  

Nirupama Naik

Others

ଡାକ ଶୁଭୁନାହିଁ ତୋର...

ଡାକ ଶୁଭୁନାହିଁ ତୋର...

1 min
2.7K


ତୋର ଡାକ ଯେବେ କାନରେ ପଡ଼େ

ମୋ ସକାଳ ହେଲା ମୁଁ ଜାଣେ

ରାତି ପାହିଗଲା ଉଠି ଆସ ବୋଲି

ମୁଁ ତୋ ଡାକକୁ ମଣେ l


ଶାଗୁଆ ଦେହ ତୋ ରକ୍ତଜବା ଥଣ୍ଟ 

ଟିକି ମିକି ଦୁଇ ଆଖି ତୋର ମୁହଁ

ଏତେ ମନୋରମ ସତେ ଆଖି ରହିଯାଏ ଲାଖି l


ଉଦାସିଆ ମନ ତୋତେ ଦେଖିଦେଲେ ଉଲ୍ଲାସିତ ହେଉଥିଲା

ଶୁଆ ହେଲେ ବି ତୋ କଥା ପଦେ ମତେ ଆନନ୍ଦିତ କରୁଥିଲା l


ମୋତେ ଦେଖି ଯେବେ ଡାକ ଛାଡ଼ୁ ତୁହି ବୁଝିଯାଏ କଥା ତୋର

ଉଡ଼ି ଯାଆ ବୋଲି ପଞ୍ଜୁରୀ ଖୋଲିଲେ ବସୁଥିଲୁ ହାତେ ମୋର l


କାହିଁ ଆଜି ମୋତେ ଛାଡ଼ି ଚାଲିଗଲୁ ରାଗିଗଲୁ କି

ମୋ ଠାରୁ କାନ ମୋର ଆଜି ଝୁରି ହୁଏ ଡାକ ଶୁଣିବାକୁ ତୋ କଣ୍ଠରୁ l


Rate this content
Log in