STORYMIRROR

Nirupama Naik

Abstract

3  

Nirupama Naik

Abstract

ସହରିଆ ରଜ

ସହରିଆ ରଜ

1 min
12K

ବରଷକେ ଥରେ ଆସିଛି ରଜ

କୁଆଁରୀ କନିଆଁ ହୁଏ ସଜ ବାଜ

ପିଠା ବୁଲୁଥାଏ ଘର ଘର ହୋଇ

ଦୋଳି-ପୁଚି ଖେଳ ରଜ ମଉଜ

ବସୁମତୀ ପରା ହେଲେ ରଜଶ୍ୱାଳା

ହଳ ହୋଇଲା ନିଷେଧ

ସଜବାଜ ହେଇ ଘର ଘର ବୁଲି 

କିଶୋରୀ ମନ ପ୍ରମୋଦ

ତିନି ଦିନିଆ ଏ ପରବ ପରା ଲୋ

ତିନି ଦିଗେ ପଡ଼େ ହୁରି

ସହରିଆ ରୀତି ଭୁଲାଇଲା ସବୁ

ମନୁ ଗଲେଣି ପାସୋରି

ଦୋଳି ଖେଳ ଏବେ ଦିଶୁନାହିଁ

ଆଉ ସହରିଆ ଘର ଦାଣ୍ଡେ

ଫିକା ପଡ଼ିଗଲା ପାଦର ଅଳତା କୁକୁମ ଦିସୁନି

ମୁଣ୍ଡେ ଶାଢ଼ୀ ସୌକିନି କନିଆ

ମନରେ ଜିନ୍ସ ପିନ୍ଧିବାର

ଆଶା ଓଡ଼ିଆ ଶବଦ ଶୁଭିଲା

ବିଦେଶୀ ବଦଳିଗଲାଣି ଭାଷା

ଦୋଳି ଖେଳ ପାଇଁ ପାର୍କରେ ଭିଡ଼

ପାନ ପାଇଁ ଖୋଲା ମଲ

ରିତି ନିତି ସବୁ ଆଧୁନିକ ଦିଗେ

ସଲଖୁ ହୋଇଲା ଗୋଲ

ଖୁସି ନାହିଁ ଆଉ ଜେଜେମା

ମନରେ ପୋଡ଼ପିଠା ଖାଇବା ପାଇଁ

ବେକିଙ୍ଗ ସୋଡାରେ ସୁଆଦ ମରିଲା

ଆଉ ସେ ସୁଆଦ ନାହିଁ

ନୂଆ ବସ୍ତ୍ର ପିନ୍ଧି ବୁଲୁଥାନ୍ତି

ସବୁ ମନ ଆନନ୍ଦରେ ଯାଇ

ଏବେ ନୂଆ ଡ୍ରେସ ପିନ୍ଧୁଛନ୍ତି

ସବୁ ଭିଡିଓ କଂଫେରେନ୍ସ ପାଇଁ 

କାହିଁ ହଜିଗଲା ସେ ରଜ ମଉଜ

କେବେ ଯେ ଫେରିବ ପୁଣି

ଆଈ ଆଣି ଥାଏ ରଜ

ପିଠା ଖୀରି ଅଣ୍ଟିରେ

ଖୁଂଛିଣ ମୁଣି ବସୁମତୀ ଦେବୀ

ଦେଖି ହସୁଥିବେ ସହରିଆ ରଜ

ନିତି ଯାହା ହେଉ

କିନ୍ତୁ ଚାଲିଥାଉ ସବୁ ମା' ଙ୍କୁ ମୋର ମିନତି….।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract