STORYMIRROR

Nirupama Naik

Others

3  

Nirupama Naik

Others

ଏତିକି ଆଶିଷ ଦେ ମା

ଏତିକି ଆଶିଷ ଦେ ମା

1 min
11.8K

ନାଲି ମନ୍ଦାରରେ ଆଭୂଷିତ ମା ତୁ

ନାଲି ଶାଢ଼ୀ ଦେହେ ସାଜିଲା

ଚୈତ୍ର ମଙ୍ଗଳ ବାରେ ମା ତୋର

ମଙ୍ଗଳ ବାଇଦ ବାଜିଲା

ଘଣ୍ଟ ଘଣ୍ଟି ବାଜି ଆହ୍ବାନ କରି ଲୋ

ଶଙ୍ଖ ନାଦେ ଡକା ହେଲା

ଦୁବ-ଚାଉଳ, ଗନ୍ଧ-ପୁଷ୍ପ ହସ୍ତେ ଧରି

ହୁଳହୁଳି ପକା ହେଲା

ମା ତୋ ଆଶିଷ ପାଇଁ ସର୍ବେ ଆଜି

ଏକତ୍ରିତ ହୋଇଛନ୍ତି

ଅହଂ ଭା ଛାଡି ସର୍ବେ ତୋ ପାଖରେ

ମସ୍ତକ ନୋଈ ଛନ୍ତି

ଦୀପ ଧୂପ ଦେଇ ତୋର ସ୍ତ୍ରୋତ ସ୍ୱରେ

ଲାଗି ହେଉଅଛି ପଣା

ମା ମୋ ବାଟ ର ସାଥି ହେଲେ ତୁ ହି

ନ ହେବି ମୁଁ ବାଟବଣା

କିଏ ମାଗେ ସୁନା ଚାନ୍ଦି ର ଗହଣା

କିଏ ହୀରା ଲୋଡିଥାଏ

ମୋ ମଥା ସିନ୍ଦୁର, ହାତେ ଶଙ୍ଖା ମୋତେ

ତୋ ସାଥିରେ ଯୋଡ଼ିଥାଏ

କିଏ ମାଗେ ତୋତେ ପୁତ୍ର ଟେ କୋଳରେ

କିଏ ସ୍ୱାମୀ ରକ୍ଷା ମାଗେ

ମା ତୁ ମୋହର ଦେବୁ ମୁଁ ଜାଣିଛି

ଯାହା ଲେଖିଛୁ ମୋ ଭାଗେ

ମା ମୋ ଭାଗ୍ୟ ରେ ଏତିକି ଦେ ଲୋ

ନଷ୍ଟ ନ ହେଉ ସ୍ଵଭାଵ

ଦୀନ ଦୁଖୀ ଙ୍କର କିଛି କଷ୍ଟ ଦୁଃଖ

ଦୂର କରିବାର ଭାବ

ତୋ ପାଖେ ଲଗାଇ ଭୋଗ ମୁଁ ଲଗାଇ ପାରୁଛି

ସେତିକି ସମ୍ବଳ କରିଛୁ

ମୋ ପରିବାର ର ପେଟ ପୋଷଣ ବି

ତୁ ଯୋଗାଡି ଦେଇଚୁ

ଥାଉ ମୋ ଉପରେ ସଭିଙ୍କ ଆଶିଷ

ଦୋଷ କ୍ଷମା ହେଇଯାଉ

ତୁ ସାଜିଥା ମୋର ପଥ ଦର୍ଶୀ ମା ଲୋ

ଏ ଜନ୍ମ ପାରି ହେଇଯାଉ....



రచనకు రేటింగ్ ఇవ్వండి
లాగిన్