STORYMIRROR

Nirupama Naik

Inspirational

3  

Nirupama Naik

Inspirational

ଆତ୍ମନିର୍ଭର

ଆତ୍ମନିର୍ଭର

1 min
11.7K

କାହିଁ ସେ କରୋନା ଆସି ପହଁଚିଲା

ଭେଳା ବୁଡ଼ାଇବା ପାଇଁ

ନିଜ କାମ ଏବେ ନିଜେ କରୁଛି ମୁଁ

ଆତ୍ମନିର୍ଭର ହେବା ପାଇଁ


କିନ୍ତୁ ମୋର କିଛି ଅଭିଜ୍ଞନ୍ତା ନାହିଁ

କିପରି କରିବି କାମ

କାହିଁ କେତେ ବେଳୁ ଅନ୍ୟକୁ ନିର୍ଭର 

କରି ପାଉଛି ଆରାମ


ଏବେ ଯେବେ ଯାଏ ରୋଷେଇ ଶାଳକୁ

ଝାଳ ରେ ଗାଧୋଇ ପଡ଼େ

ଘର ପୋଛା ଲୁଗା ଧୁଆ କାମ କରି

ଅଣ୍ଟା କଚାଡି ମୁଁ ପଡ଼େ


ନିଦ ଥିଲା ମୋର ଅତି ପ୍ରିୟ ଭୋଗ

ଭାଙ୍ଗିଲା ନିଶା ତାହାର

ଅଳସୁଆ ଢଙ୍ଗ ଛଡେଇଲା ଆଜି

ଆତ୍ମନିର୍ଭରର ପାହାର


ସଚେତନ ସହ ସହଯୋଗ କର

ଆତ୍ମନିର୍ଭର ଯେ ହୁଅ

ଭାବେ ସତେ କେତେ କଷ୍ଟ କଷଣରେ

ଚଳୁଥିବ ଚଷା ପୁଅ


ଆଗ ପଛ କିଛି ବିଚାର ନ କରି

ଖାଦ୍ୟ ନଷ୍ଟ କରୁଥିଲୁ

ଫଳରେ କୁପୋଷଣ ହେତୁ କାହିଁ

କେତେ ଦୁଃଖି ପେଟ


ମାରୁଥିଲୁ ଏଇ କରୋନା ଯେ

ଶିଖାଇଲା କେତେ

ଦେଖାଇଲା ଦରପଣ ସହଯୋଗୀ

ସାଜି ହାତ ବଢ଼ାଇବା

ସୁଜିବା ଦେଶର ଋଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational