STORYMIRROR

Nirupama Naik

Abstract

3  

Nirupama Naik

Abstract

ଖୋଜୁଛି 'ମୁଁ'

ଖୋଜୁଛି 'ମୁଁ'

1 min
11.8K

ହଜିନି ତ...କିନ୍ତୁ କାହିଁକି କେଜାଣି ତାକୁ ପାଉନାହିଁ

ଯେତେ ଦୂର ଚାହିଁଲେ ବି ଆଖି ଯାଉନାହିଁ

ଲୁଚିଯାଇଛି ନା ଲୁଚାଇ ଦିଆଯାଇଛି?

ହଜିଯାଇଛି ନା ହଜାଇ ଦିଆଯାଇଛି?

ଉତ୍ତର ମିଳୁନି କିନ୍ତୁ ପ୍ରଶ୍ନ ବଜାୟ ଅଛି

ତାକୁ ଫେରିପାଇବାର କି ଉପାୟ ଅଛି?

ସିଏ ତ ଛାଈ ଥିଲା ନିଜର, ଆତ୍ମା କହିଲେ ଚଳେ

ଯେବେ ବି ଖୋଜେ ତାକୁ ଆଖ ପାଖେ ମିଳେ

ସେ ବଦଳି ଯାଇଛି ଅବଶ୍ୟ

କରି କିଛି ଅବଶୋଷ

ଅନ୍ତରମାନ ର ଡାକ ବି ଆଉ ଶୁଣୁନି

ଲାଗେ ହୋଇଛି ସେ କେଉଁ କାରଣେ ରୋଷ

ସେ ଭିଡରେ ବି ଚିନ୍ହି ହେଉଥିଲା

ନିଜ ପରିଚୟ ନିଜେ ଦେଉଥିଲା

ଆଜି ଅନ୍ଧକାର ର ଛାୟା ମାଡ଼ି ବସିଛି ସତେ

ଉଜ୍ଜ୍ୱଳ ପ୍ରକାଶ ରେ ବି ଦିଶୁନି ମୋତେ

ତା ବ୍ୟକ୍ତିତ୍ୱ ପୁରା ବଦଳି ଯାଇଛି

ସେ ଆଉ ଆଗ ପରି ହୋଇନାହିଁ

ଏମିତି ପରିବର୍ତ୍ତନ ନିଜ ଭିତରେ

ସେ ତ କେବେବି ଚାହିଁନାହିଁ

ଦର୍ପଣ ବି ତାକୁ ଦେଖାଇ ପାରୁନି ତା ଛବି

ଦ୍ଵନ୍ଦ ରେ ପଡିଛି ଏ ସବୁ ଭାବି ଭାବି

ତା ପାଖେ ଯାହା ଅଛି ସେ ପରିଚୟ ତାର ନୁହେଁ

ଅନ୍ତରେ ଛଟପଟ ହୋଇ ବି ହସ ରଖୁଛି ତା ମୁହେଁ

ସେ ସମସ୍ତଙ୍କର ହୋଇ ବି କାହାର ନାହିଁ

ହସ ମୁହଁରେ ବି କାନ୍ଦୁଛି କୁଁ କୁଁ

ସବୁ ସମ୍ପର୍କରେ ରେ ଭିନ୍ନ ଭିନ୍ନ ପରିଚୟ ଥାଇ ବି ସେ

ଖାଲି ଖୋଜି ହଉଛି କିଏ 'ମୁଁ'???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract