STORYMIRROR

Nirupama Naik

Drama

3  

Nirupama Naik

Drama

ଅପେକ୍ଷା...

ଅପେକ୍ଷା...

1 min
11.7K

ମୁଁ ହତଭାଗିନୀ ତୁମ ଅପେକ୍ଷା ରେ

ଆଖି ମୋ ଅଶ୍ରୁ ଭରା ସ୍ୱପ୍ନରେ

ତୁମ ସମ୍ବାଦ ପାଇ ମନ ଧୀର ହୁଏ କେବେ

କେବେ ନ ଫେରିବାର ବାର୍ତା ଭାଙ୍ଗିଦିଏ ଆଶା

ଏ କି ଅପେକ୍ଷା?

ନା ଶୋଷ ମରୁଛି ନା ସନ୍ଧାନର ବାଟ ସରୁଛି

ଏଇ ଅପେକ୍ଷା ହିଁ ମୋ ଏକ ମାତ୍ର ଲକ୍ଷ୍ୟ ଏବେ

ଆଶା ନିରାଶାରେ ପାଲଟିଗଲାଣି

ଡର କୁହେ ତୁମକୁ ଆଉ କିଏ ଆପଣେଇ ନେଲାଣି

ବୁଝେନି ମନ ଖାଲି ଅପେକ୍ଷାଧିନ

ସାଧନା କରୁଛି ପ୍ରତି ମୁହୂର୍ତ୍ତରେ

ତିଳେ-ତିଳେ ମରୁଛି

ଏଇ ଲକ୍ଷ୍ୟକୁ ପାଇପାରିବି ତ?

ମୁଁ କେବେ ତୁମ ପାଖକୁ ଯାଇପାରିବି ତ?

ଯଦି ନା ତେବେ ତୁମେ ଫେରିଆସ

ଯଦି ହଁ ତେବେ ଶୀଘ୍ର ନେଇଯାଅ ତୁମ ପାସ

ସବୁ ଥାଇ ବି ନଥିଲା ପରି ମୁଁ ବଞ୍ଚି ଥାଇ ବି ମରିଲା ପରି ମୁଁ

ତୁମେ ସିନା ଚାଲିଗଲ ମୋତେ ଅପେକ୍ଷାର ଯନ୍ତ୍ରଣା ଦେଇ

ତୁମ ସାଥେ ଚାଲିଯାଇଛି ନିଶ୍ୱାସ ତୁମ ସାଥି ହୋଇ

ରହିଯାଇଛି ଖାଲି ଏଇ ଶରୀର ଯାହା ଦିଶୁଛି ଜୀବିତ

ମୃତ୍ୟର ଅପେକ୍ଷା ରେ ଚୀର ଅବରତ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama