STORYMIRROR

lopa samal

Drama Others

4  

lopa samal

Drama Others

୩.କାହିଁ କର ଅଭିମାନ ବିଦୁଷୀ ଲୋପା ସାଲ

୩.କାହିଁ କର ଅଭିମାନ ବିଦୁଷୀ ଲୋପା ସାଲ

1 min
39

 ଦାରୁ ବ୍ରହ୍ମ ଦିଅଁ ପ୍ରଭୁ ବ୍ରହ୍ମାଣ୍ଡର ପତି

 ସ୍ଵର୍ଗ ମର୍ତ୍ତ୍ୟ ପାତାଳରେ ତୁମ୍ଭ ପରିବ୍ୟାପ୍ତି

 ହେ କୃଷ୍ଣ କେଶବ ଦିଅ ଦରଶନ 

 କାହିଁ କର ଅଭିମାନ ଶ୍ରୀ ଗୁରୁ ଶ୍ରୀ ପତି ।

ଆପଦ ବିପଦ ବନ୍ଧୁ ସର୍ବ ମୟ କର୍ତ୍ତା

ସୃଷ୍ଟି କର ଆତଯାତ ଆରାଧ୍ୟ ଦେବତା 

 ହେ ମଙ୍ଗଳ ମୟ କାଳୀଅ ଦଳନ

କାହିଁ କର ଅଭିମାନ ମୋ ଭାଗ୍ୟ ବିଧାତା।

ତୁମ୍ଭ ରୂପ ଯଉବନ ଦର୍ଶନେ ନୟନ

 ଲଭି ହେଉ ପୁଲ୍ଲକିତ ପ୍ରାଣ ସମ୍ମୋହନ 

ହେ ବିଶ୍ବ ନିୟନ୍ତା ପ୍ରଭୁ ଦଶଦିଗ ପାଳ

କାହିଁ କର ଅଭିମାନ ମୁରଲୀ ମୋହନ।

ବସି ରତ୍ନ ବେଦୀ ପରେ ଟାଣ ଭକ୍ତ ମନ

ତୁମ୍ଭ ଛତ୍ର ଛାୟା ତଳେ ସକଳ ଜୀବନ 

 ହେ ଗରବ ଗଞ୍ଜନ ଆହେ ନିରଞ୍ଜନ 

କାହିଁ କର ଅଭିମାନ ପାତକ ନାଶନ ।

ବିଶ୍ଵ ଅଧୀଶ୍ଵର ପ୍ରଭୁ ଆହେ ଦୟାମୟ 

ନିର୍ବାଣର ମାର୍ଗ ତବ ଅବଢ଼ା ନିର୍ମାଲ୍ୟ 

ହେ ଲକ୍ଷ୍ମୀ କାନ୍ତ ଲକ୍ଷ୍ମୀ ପ୍ରାଣ ପ୍ରିୟ 

ଶ୍ରୀ ପାଦପଦ୍ମ ଚରଣେ ରଖିଛି ମୁଁ ଲୟ

ଚେତନ ପ୍ରବାହେ ନାହିଁ ମରଣକୁ ଭୟ

ପାଇତୁମ୍ଭ ଆଶ୍ରା ଦିନେ ହେବି ମୁଁ ବିଲୟ 

   ପ୍ରଭୁ ହେବି ମୁଁ ବିଲୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama