ଅଭାବରେ ତୁମେ ଭାବର ସ୍ବରୂପ
ଅଭାବରେ ତୁମେ ଭାବର ସ୍ବରୂପ
ପଦୁଅଁ ପାଖୁଡ଼ା ଚକ୍ଷୁ ରେ ତୁମର
ଚଉଦ ଭୂବନ ଦିଶେ,
ସବୁକଳା ତହିଁ ଆନନ୍ଦ ଉଲ୍ଲାସେ
ଷୋଡ଼ଶ କଳା ରେ ମିଶେ ।
ସେ ଚକ୍ଷୁ ରେ ଥରେ ମୋ ଚକ୍ଷୁ ମିଶିଲେ
ମନ ମୋର ଯାଏ ହଜି,
ଯମୁନାର ତୀରେ କଦମ୍ବର ମୂଳେ
ବଂଇଁଶୀ ଉଠଇ ବାଜି ।
କର୍ଣ୍ଣେ ମୋ ଶ୍ରବଣେ ବଂଇଁଶୀରସ୍ବନ
ସମର୍ପଣ ତନୁ ମନ,
ଶ୍ରୀ ମୁଖରେ ତବ ସମ୍ମୋହନ ଭାବ
ମର୍ମରିତ କରେ ପ୍ରାଣ ।
ଚକ୍ଷୁ ପୁଲକରେ ମୋ ଦୁଃଖ ଯାତନା
ଭୁଲି ପାଏ ପରିତ୍ରାଣ,
>ଖୋଜି ବୁଲୁଥିବି ମୁକତିର ମାର୍ଗ
ପିଣ୍ଡେ ଥିବା ଯାଏଁ ପ୍ରାଣ ।
ଶ୍ରୀ ରଂଗ ଅଧରେ ମଧୁଝରା ହସ
ଶାନ୍ତି ମୈତ୍ରୀ ପ୍ରୀତି ଚିହ୍ନ,
ଶ୍ରୀ ମୁଖ ମଣ୍ଡଳ ନୟନେ ଦର୍ଶନ
ପୁଲକିତ ମନ ପ୍ରାଣ,
କାହିଁକି କେଜାଣି ଆଶଙ୍କା ଉପୁଜେ
ହଜିଯିବ ତନୁ ମନ ।
ହଜି ଗଲେ ମନ ହଜିଯାଏ ପ୍ରାଣ
ତୋ ଠାରେ ହେବି ବିଲ୍ଲିନ,
ଶ୍ରୀ ରଙ୍ଗ ଅଧରେ ରଙ୍ଗେଇ ପାରିବି
ତୁମ ଓଠ ହସ ହୋଇ
ଅଭାବ ରେ ମୋର ଭାବର ସ୍ବରୂପ
ତବ ନାମେ ମୁକ୍ତି ପାଇ ।