STORYMIRROR

Dr.Omm Prasad Pradhan

Classics

3  

Dr.Omm Prasad Pradhan

Classics

ଜାଲିୱାନ୍ ୱାଲାବାଗ୍

ଜାଲିୱାନ୍ ୱାଲାବାଗ୍

1 min
11.4K


୧୯୧୯ ଏପ୍ରିଲ ୧୩ ଇତିହାସ ଅଛି ସାକ୍ଷୀ

ଜାଲିୱାନ ୱାଲାବାଗ୍ ହତ୍ୟାକାଣ୍ଡ ହେଲା

ମୁଦିଲେ ଅନେକେ ଆଖି 

ମନେ ପଡିଗଲେ ଦେହେ ଶିହରଣ ,

ମନରେ କଷଣ ହୁଏ

ଯାହା ଘଟିଗଲା ଆଖି ପିଛୁଳାକେ

ଅସମ୍ଭବ ମନେ ହୁଏ

ଏପ୍ରିଲ ୧୩ ରେ ହତ୍ୟା ରଚାଗଲା

ମୁକ୍ତି ର ବିହଙ୍ଗ ପାଇଁ

ନିର୍ମମ ଭାବରେ ଗୁଳି କରାଗଲା

ନିରସ୍ତ୍ର ଜନତା ପାଇଁ

ଭୁଲ୍ ନୁହେଁ ତାହା ଭୟାନକ ଥିଲା

ଭାରତ ଜନତା ପାଇଁ

ଅନେକେ ମରିଲେ ଶିଶୁ ବି ଜଳିଲେ

ଇଂରେଜ କ୍ରୋଧ ପାଇଁ

ଡାୟାର ସାଜିଲା ମୃତ୍ୟୁ ସୌଦାଗର

ନେଇ ଭାରତୀୟ ପ୍ରାଣ

ହେଲେବି ଡାୟାର ମୃତ୍ୟୁ କୁ ଲଭିବ

ହେଲା ଉଦ୍ଦାମ ସିଂ ର ପଣ

ଡାୟାର ମରିଲା ଭାରତ ହସିଲା

ହସିଲା ମାଟି ପବନ

ଧନ୍ୟ ରେ ଉଦ୍ଦାମ ,ଧନ୍ୟ ତୋ ଜନନୀ

ଧନ୍ୟ ତୋର ସ୍ୱାଭିମାନ

ଜୀବନ ଦେଇକି ଦେଶକୁ ରଖିଲୁ

ହେଲୁ ଦେଶ ରେ ମହାନ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics