STORYMIRROR

Tankadhar Majhi

Classics Inspirational Others

3  

Tankadhar Majhi

Classics Inspirational Others

ସ୍ବର୍ଗପ୍ରାପ୍ତି

ସ୍ବର୍ଗପ୍ରାପ୍ତି

1 min
11.9K

ସ୍ବର୍ଗ ତୁମ ହାତ ପାହାନ୍ତାରେ

ତାକୁ କେଉଁଠି ଖୋଜୁଛ ଯେ ?

ଥରେ ପ୍ରକୃତ ମଣିଷ ହୋଇ ଦେଖ

ଦେଖିବ ତୁମେ ବି ସେ ଦୁନିଆକୁ ପହଞ୍ଚିଯିବ

କେତେ ଆଗନ୍ତୁକ ଖୁସି ଯେ,

ତୁମ ଭିତରେ ପ୍ରଷ୍ପୁଟିତ ହେବେ !


କାମନା ବାସନା ଯେ କ୍ଷଣିକ ତଥାପି

ମନ ଗହନରେ କାଳକାଳଯାଏ ତିଷ୍ଟିରହେ 

ଶାନ୍ତ ହୃଦୟର ଧର୍ଯ୍ୟ ସେମିତି

ତୁମ ଅବ୍ୟକ୍ତ ହୃଦୟକୁ ଚିରକାଳ କରିପାରିବ

ସେ ଶାନ୍ତିର ସନ୍ଧାନରେ ସ୍ବର୍ଗପ୍ରାପ୍ତି ସମ୍ଭବ ।


ଫୁଳଟିଏ ଯେପରି ରଙ୍ଗବେଶ ଦେଖେ ନାହିଁ

ତୁମେ ବି ସେପରି ରଙ୍ଗବେଶକୁ ଭୁଲି ଯାଅ 

ଆତ୍ମିୟ ଅନନ୍ତର ସନ୍ଧାନ ଖୋଜ

ଥରେ କୁଟିରରେ ଖୁସି ବାଣ୍ଟି ଦେଖ

ଲାଭକ୍ଷତିର ହିସାବ ଶିଘ୍ର ମିଳିଯିବ ।


ତୁମେ ଆନନ୍ଦିତ ଦୁଃଖି ହେବା ସ୍ବାଭାବିକ

ଦୁନିଆ ବଜାରରେ ବଞ୍ଚିଛ ମାନେ

ତୁମର ମୂଲ୍ୟ ବି କମ୍ ଅଧିକା ହୋଇପାରେ

ଭୁଲିଯାଅ ନାହିଁ ଯେ ତୁମେ ହିଁ ଶ୍ରେଷ୍ଠ ଜୀବ

ତୁମ ହାତମୁଠାରେ ସ୍ବର୍ଗ ନର୍କର ଚାବି ଅଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics