Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Fantasy Others

4.0  

Tankadhar Majhi

Fantasy Others

ଜରୁରୀ ତ ନୁହେଁ

ଜରୁରୀ ତ ନୁହେଁ

1 min
372



ଆଇନା ସାମ୍ନାରେ ନିଜ ମୁହଁ ଦେଖି

    ନିଜେ ହଁସି ହଁସି ଖୁସି ହେବ,

ଆପଣା ଦେହକୁ ସାଜ ସଜ୍ଜା କରି

    ଭ୍ରମର ମନରେ ବେଦନା ଦେବ ।


ଜରୁରୀ ତ ନୁହେଁ

ରତ୍ନ ଅଳଙ୍କାରେ ଆଭୂଷିତ ହୋଇ

    ସ୍ବପ୍ନରେ ନାୟିକା ହେଇ ଯିବ, 

ଅନୁରାଗ ତପର ସାଧ୍ୟ୍ୟ ଦେବତାକୁ

   ମାୟା ମୋହରେ ବଶ କରିବ । 


ଜରୁରୀ ତ ନୁହେଁ 

ମାୟା ସଂସାରେ ଚିରସ୍ଥାୟୀ ହୋଇ

    ଚିର କାଳ ଦୁଃଖ ଭୋଗୁଥିବ, 

ଆତ୍ମ ସନ୍ତୁଷ୍ଟିର ଜୀବନ ବଞ୍ଚି ଯାଅ

   ଗଲା ପରେ କେହି ଝୁରିହେବ ।

    

ଜରୁରୀ ତ ନୁହେଁ 

ସବୁ ଫୁଲରୁ ଫଳ ସବୁରୁ ମହକ

   ସବୁଥିରେ ଆଶା କରାଯିବ, 

ଶେଷ ଆଶାଟିଏ ମାୟାଜାଲେ ଫସି

    ଚାତକର କଷ୍ଟ ପାଉଥିବ ।




Rate this content
Log in

Similar oriya poem from Fantasy