STORYMIRROR

Tankadhar Majhi

Tragedy

3  

Tankadhar Majhi

Tragedy

ବେଦରଦୀ ମେଘ

ବେଦରଦୀ ମେଘ

1 min
305

ତୋ ଆକାଶରୁ ଝରିପଡୁଥିବା 

ବିନ୍ଦୁ ବିନ୍ଦୁର ବୁନ୍ଦାଏ ଜଳରେ

ବୋଝାଏ ପାପ ଧୋଇଗଲା ସିନା

  ହେଲେ

ପୂଣ୍ୟର ଆକାଶେ ସରଗ ଶଶିଠୁ

ତାରା ମଣ୍ଡଳ ଯାଏ...

ଲମ୍ବି ଯାଇଥିବା ପାପର ମାପଦଣ୍ଡ 

କ'ଣ କେବେ ଛିଣ୍ଡିଛି ?

  


   ହଁ ତୋ ସ୍ନେହର ବାଦଲ ଦେଶରୁ

   ମୁଠାଏ ଆଦର ପାପ ଧୋଇପାରେ 

   ତୋ ଅସଜଡା କଳାମେଘି କେଶ

   ଛାୟା ଦେଇପାରେ ପୁଣ୍ୟ ଆତ୍ମାକୁ...

   କିନ୍ତୁ 

   ତରଳି ଯାଉଥିବା ବରଫ ରୂପି ମନ

   ଆକାଂକ୍ଷାର ଜ୍ୱାଳାରେ ଝାସ ପାଉଥିଲେ

   କ'ଣ କେବେ ପୁଣି ବରଫ ପାଳଟିଛି ??

 

ଆଶା ପ୍ରେମର ହେଉ କି ଛଳନାର

ପାପର ହେଉ ନା ପୂଣ୍ୟର ହେଉ..

ଆକାଶରୁ ଝରୁଥିବା ପ୍ରତିଟି ବିନ୍ଦୁ ମିଶି

ନଦୀ ରୂପି ବିଶ୍ବାସରେ ବହି ବହି ଯାଏ

ଶୁନ୍ୟ ଏକ ଅବବାହିକାର ଖୋଜାରେ.. 

   ଅଥଚ

ଅଦିନିଆ ଝଡର ସ୍ରୋତରେ ଭାସି ଭାସି

ତୋ ମାୟାର ସହରୁ ଚାଲି ଯାଉଛି ସିନା 

କ'ଣ କେବେ ଅଟକି ରହି ପାରୁଛି ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy