ମୁଇଁ ଭି ହେନ୍ତା ହେତିଁ କାଏଁ
ମୁଇଁ ଭି ହେନ୍ତା ହେତିଁ କାଏଁ
କେନ୍ କଁଟା ବୁଦା ଭିତରେ ଥାଇ
ଫୁଲ୍ ବାଗିର୍ ଫୁଟିଯିମି କାଏଁ ବଲ୍'ସିଁ
ତାର୍ ହାଁତ୍ କେ ଡର୍ ଲାଗ୍'ସି
କେଭେ ଆସିକରି ଟୁଲି ନେବା ବୋଲି ।
ମିଛ୍ ଆର୍ ଧୋକା କେ ସହେବାର୍ ଲାଗି
ପଖାନ୍ ଏନ୍ତା ଟାନ୍ ହେଇଯିମି କାଏଁ ଭାବ୍'ସିଁ
ହେଲେ ସେ ହାତୁଡ଼ି କେ ଡର୍ ଲାଗ୍'ସି
ମୋର୍ ହୁରୁଦ୍ ଥି ଚୋଟ୍ ମାରିଦେବା ବୋଲି ।
ପତର୍ ଗୁଟେ ହେତିଁ କାଏଁ
ଗୁଲାପ୍ ଫୁଲର୍ କଁଟା ଖେଂନ୍ଦା ଥି
କାହାର୍ ହାଁତେ ତ ଛନେ ରହେତିଁ
ନାଇଁ ତ କେନ୍ ମାଲିକିନ୍ ର ବଗିଚା ଥି
ମୋର୍ ଦିହିଁ କେ ବିକି ଦେତିଁ ।
ଉଷୁମ୍ କେତେ ଦେତିଁ କାଏଁ
ବେଲ୍ ଉଦିଆ ଖରା ଲେଖେଁ
ପ୍ରେମ୍ ଜାଡେ ଥରୁ ଥିବାର୍ ଦିହି କେ
ସୁଲ୍'ସୁଲିଆ ଧୁକା ଘାଏଁ ହେତିଁ କାଏଁ
ସମ୍'କେ ଛିଁ ଯାଏଁତି ଆସ୍ତେ ଆସ୍ତେ ।
ମନର୍ ଭାବ୍ ଟେ ଯଦି ହେଇ ଯାଏତିଁ
ଝକ୍'ଝକେଇ ଧାଇଁ ଯାଉଥିତିଁ ଝରନ୍ ଲେଖେଁ
କେତେ ମନର୍ ଇଲାକା କେ ପାର୍ କରି
ଫେର୍ ଫେରି ଆସି ପାରୁଥିତିଁ କାଏଁ ?
ଡାକ୍'ଲେ ପଛ୍ ଆଡେ, କାହାର୍ ଡାକ୍ ଶୁନି...।
ଶବ୍ଦ
କଁଟା ବୁଦା - କଣ୍ଟା ଗଛ ଭିତରେ
ବାଗିର୍- ପରି
ବଲ୍'ସିଁ - କହେ
ଟୁଲି- ତୋଲି
ପଖାନ୍- ପଥର
ଟାନ୍- ଟାଣ
ଭାବ୍'ସି-ଭାବିବା
ହୁରୁଦ୍ -ହୃଦୟ
ପତର୍ -ପତ୍ର
ହେତିଁ- ହେବା
କାଏଁ- କି ?
କଁଟା ଖେନ୍ଦା - କଣ୍ଟା ଥିବା ଶାଖା
ଛନେ-କିଛି ସମୟ
ରହେତିଁ- ରହିବା
ବିକି ଦେତିଁ - ବିକି ଦେବା
ଦେତିଁ- ଦେବା
ବେଲ୍ ଉଦିଆ- ସକାଳ
ଲେଖେଁ-ପରି
ଜାଡେ-ଶୀତରେ
ଦିହି- ଦେହ
ଧୁକା- ପବନ
ଛିଁ ଯାଏତିଁ - ଛୁଇଁ ଯିବା
ଝରନ୍ ଲେଖେଁ -ଝରଣା ପରି
ପାରୁଥିତିଁ- ପାରିବା
ଫେର୍ - ଆଉ ଥରେ
ପଛ୍ ଆଡେ -ପଛ ଆଡୁ
ଶୁନି-ଶୁଣିବା