ମାୟାମୃଗ
ମାୟାମୃଗ


ଯେବେ ଅନ୍ଧାରକୁ ଚିରିଦେଖେ
ସେଇଠି ବି କେତେ ନଗ୍ନଚିତ୍ର ଦିଶେ
କେତେ ଜଣ ପୁଙ୍ଗଳା ବେଶରେ,
ଆଉ କେତେ ଜଣ ଶୁଷ୍କ ମୁହଁ ଧରି,
ଅଜଣା ପିଞ୍ଜରାରେ ଠିଆ ହୋଇଥାନ୍ତି ।
ଉଜ୍ଜ୍ୱଳ ଆଲୋକରେ ନିତି ଦେଖେ
ରାହା ଦେଖୁଥିବା ନିର୍ଦୟ ଆଖି,
ଅଚେତ୍ ହେବା ଉପରେ ଥିବା ଜ୍ଞାନ,
ଆଉ ମାୟାମୃଗ ଭଲି ଭୋକ,
ବିକଳ ରୂପ ଧାରଣ କରି ଦୌଡୁଥାନ୍ତି ।
ଏ ପ୍ରକୃତିର କାନଭାସରେ ଦେଖ
େ
ଜ୍ଞାନ ଅନ୍ଧାରରେ ଶିକ୍ଷାର ବାଦଲ,
ଭୋକିଲା ପେଟରେ ଅନ୍ନର ଛାଇ,
ରୁଗ୍ଣ ମୁହଁରେ ହସର ରଶ୍ମି,
ଆଉ ନିସ୍ତବ୍ଧ ରାତିରେ ଆଖିର ପ୍ରତିବିମ୍ବ,
ଏକ ବଳୟ ଭିତରେ ଘୁରି ବୁଲୁଥାନ୍ତି ।
ଟ୍ରାଫିକ୍ ଛକରେ ଠିଆ ହୋଇ ଦେଖେ
ଚକ୍'ଚକ୍ ରାଜ ରାସ୍ତାର ଭିଡ଼ ଭିତରେ
ପଙ୍ଗୁ ନିଶ୍ବାସର ଯା ଆସରେ
ଗହଳି ଭିଡ଼ରେ ଦୌଡ଼ି ଦୌଡ଼ି ମାୟାମୃଗ ସବୁ
ଧର୍ମର ଶରବିଦ୍ଧରେ ଟଳି ପଡୁଥାନ୍ତି ।