STORYMIRROR

Tankadhar Majhi

Romance Others

3  

Tankadhar Majhi

Romance Others

କବିତା

କବିତା

1 min
128

ଭୋକିଲା ଥିଲା କବିତା

ତୁମେ କେଇ ପଦ ଶବ୍ଦ ଦେଲ

ପେଟ ଭରିଗଲା..

ପୂର୍ଣ୍ଣଛେଦର ଶେଯରେ

ବିଶ୍ରାମ ନେଇ ଶୋଇଗଲା । 


ତୃଷିତ ଥିଲା କବିତା

ତୁମେ କାବ୍ୟରେ ପାଣି ଢାଳିଦେଲ

ଶୋଷ ମରିଗଲା..

ହେଲେ

ଜୀବନ୍ତ ହୋଇଗଲା ପ୍ରତିଟି ଆଶା ।


ବିଚରା ଜିଭ ସ୍ବାଦ ଖୋଜୁଥିଲା

ସ୍ବର ସଂଯୋଜନାର,,

ତୁମେ କିଛି କଥା ପରସି ଦେଲ

ଚୁପ୍ କେମିତି ରହିଥାନ୍ତା ଯେ, 

ଆମ ମିଶ୍ରିତ ସ୍ବରର ଝଂକାରରେ

କବିତା କବିତା ପାଲଟି ଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance