କବିତା
କବିତା
ଭୋକିଲା ଥିଲା କବିତା
ତୁମେ କେଇ ପଦ ଶବ୍ଦ ଦେଲ
ପେଟ ଭରିଗଲା..
ପୂର୍ଣ୍ଣଛେଦର ଶେଯରେ
ବିଶ୍ରାମ ନେଇ ଶୋଇଗଲା ।
ତୃଷିତ ଥିଲା କବିତା
ତୁମେ କାବ୍ୟରେ ପାଣି ଢାଳିଦେଲ
ଶୋଷ ମରିଗଲା..
ହେଲେ
ଜୀବନ୍ତ ହୋଇଗଲା ପ୍ରତିଟି ଆଶା ।
ବିଚରା ଜିଭ ସ୍ବାଦ ଖୋଜୁଥିଲା
ସ୍ବର ସଂଯୋଜନାର,,
ତୁମେ କିଛି କଥା ପରସି ଦେଲ
ଚୁପ୍ କେମିତି ରହିଥାନ୍ତା ଯେ,
ଆମ ମିଶ୍ରିତ ସ୍ବରର ଝଂକାରରେ
କବିତା କବିତା ପାଲଟି ଗଲା ।