STORYMIRROR

Tankadhar Majhi

Inspirational

3  

Tankadhar Majhi

Inspirational

ଭାବନାର ଦୋଳି

ଭାବନାର ଦୋଳି

1 min
244

ଭାବନା ଦୋଳିରେ ଝୁଲି ଝୁଲି 

କେବେ କବି ହୋଇଯାଏ ତ

ଆଉ କେବେ ଗୀତିକାର,

ଶବ୍ଦକୁ ସଜ୍ଜାଇ ଜୀବନ ଦେବାରେ

ଜଣେ କୁଖ୍ୟାତ ଚିତ୍ରକର ।।


ବରଫ ପାଲଟିଥିବା ମନ

କାହା ଉଷୁମରେ ତରଳି 

ନଦୀ ହୋଇଯାଏ ତ, 

ଆଉ ପଥର ପାଲଟିଥିବା ଛାତି

ନିଜସ୍ୱ କାରିଗରେ ଆଜି

ସେ ଚିହ୍ନା ମୁହଁକୁ ଗଢିବାରେ ସକ୍ଷମ ।।


ଭାବନା ଦୋଳିରେ ବସି ବସି

କେବେ ଜଡ଼ ହୋଇଯାଏ ତ

ଆଉ କେବେ ଝର ପବନର ସୁଅ 

ଭାବନା ନଦୀ ଧାରେ ବହି ଯିବାରେ

ଜଣେ ଦିଗହରା ନାବିକ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational