STORYMIRROR

Tankadhar Majhi

Tragedy

4  

Tankadhar Majhi

Tragedy

ପାହାଡ଼ର ସୂର୍ଯ୍ୟ

ପାହାଡ଼ର ସୂର୍ଯ୍ୟ

1 min
260

ପାହାଡ଼ ସିନା ଜାଣେ 

ତା ଉପରର ସୂର୍ଯ୍ୟ କେତେ ଦୂରେ

ତୁମ ଆଖିରେ ତ ପାଖ ବୋଲି ଦିଶେ

ସେଇଥି ପାଇଁ ତୁମ ନଜରରେ ଆଜି

ଦୂର ପାହାଡ଼ ସୁନ୍ଦର...।।


ସୂର୍ଯ୍ୟ ତା ସମୁଦାୟ ଅଗ୍ନି ବର୍ଷାଏ

ଶୁଖାଇ ଦିଏ ପାହାଡ଼ର ଶିଖରକୁ, 

ତା ଉପରେ ପଥରର ବୋଝ ତଥାପି,

ଗୋଟେ ଋତୁର..ମେଘ ଗର୍ଜନର ବର୍ଷା

ନଇଁ ନାଲ କରି ତା ବୁକୁ ଚିରି ଦିଏ

ଉଜାଡି ଦିଏ ତା ସଂସାରର ସ୍ୱପ୍ନ ।।


ମୁଁ ଠିକ୍ ସେ ପାହାଡ଼ ଭିତରର ଦୃଶ୍ୟ ଭଲି

ଭିତରେ ଜଳି ପୋଡି ପାଉଁଶ ହୋଇ ଗଲେ ବି

ତୁମକୁ କେବେ ଦେଖା ଯାଏନି ଅନ୍ତରର ଦୁଃଖ

କାରଣ...ମୋ ଉପରେ 

ପାହାଡ଼ର ବୃକ୍ଷ ଲତା ପରି ମୋ ଉପରେ,

ଢାଙ୍କି ହୋଇ ଯାଇଛି ଅନେକଙ୍କ ଆନ୍ତରିକତା

ଆଉ ସେ ଭିତରେ ବଞ୍ଚିଛି ଶୂନ୍ୟ ଏକ ପାହାଡ଼ ଭଳି ।।


ତୁମେ ଦୂରେ ଥାଇ... 

ସକାଳ ସନ୍ଧ୍ୟାକୁ ଉପଭୋଗ କରିନିଅ

ସବୁଜିମାକୁ ତୁମ ମନରେ ଚିତ୍ରିତ କର,

ହେଲେ ମୋ ମନର ପତ୍ରଝଡା କେବେ ଦେଖିନ

ନା କେବେ ଥରେ ଦେଖିବାକୁ ବି ଇଛା କରିନ

ହଁ ଯଦି ଥରେ ବି ଦେଖିଥାନ୍ତ ତେବେ...

କେଉଁ ଏକ ସୂର୍ଯ୍ୟର ତାପରେ,

ମୁଁ ଆଜି ଜଳି ଜଳି ଯନ୍ତ୍ରଣା ଭୋଗୁନଥାନ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy