STORYMIRROR

Tankadhar Majhi

Inspirational Others

3  

Tankadhar Majhi

Inspirational Others

ଝରାଫୁଲ୍

ଝରାଫୁଲ୍

1 min
295

ଉଡ଼ି ଯାଏସି ଜୀବନ୍ ଧୁକା 

କେବେ ନାଇଁ ଦିଏ ସେ ଧରା ,

ଦେଖ୍ ତ... 

ଝରି ପଡ୍'ସି ପାଚ୍'ଲା ପତର୍ ଲେଖେଁ

ଯଉବନ୍ ରୁ  ହାରିଗଲେ, ମନ୍'ର ତରା ।


ବେଙ୍ଗ୍ ବଢ୍'ସି କୁଆଁ ଭିତ୍'ରେ

ତାର୍ ରାଏଜ୍'ଟା ତାକେ ସିନା ଜହାନ୍,

ହେଲେ... 

ସମ୍'କେ ସମାନ୍ ଦେଖ୍'ବୁ ବଏଲେ

ସେ କହି ବୁଲ୍'ସି ମୁଇଁ ଏନ ମହାନ୍ !



ଆଏଜ୍

ଚିକନ୍ ମୁହେଁ ଗରବ୍ ଅଛେ

ବଏସ୍'ର ବଲ୍ ଦେଖାସୁ ଦୁର୍'ବଲ୍ କେ,

ହେଲେ...

ତୁଇ ଝରାଫୁଲ୍, ଦିନେ ଝରି ଯିବୁ, ବଏଲେ

କଥା ଫିରାସୁ ମୁହୁଁ ଜାନି ମୁହୁଁ କେ !!



ଆଏଁଖ୍ ସାମ୍'ନାର ଲୋକ ଚିହ୍ନୁ ଚିହ୍ନୁ 

ଦେଖୁ ଦେଖୁ ସମିୟା ବିତି ଯାଏସି, 

ଆଉ...

ମନ୍ ଖୋଲି କରି ହଁସ୍'ଲେ ଝରାଫୁଲ୍ 

ପର୍ କେ ଆପ୍'ନାର୍ ଭି ବନେଇ ହେସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational