STORYMIRROR

Narayan chandra Senapati

Fantasy Others

4  

Narayan chandra Senapati

Fantasy Others

ମୋ ଗାଁ ନାଁ ତାର ଜମ୍ଭରା

ମୋ ଗାଁ ନାଁ ତାର ଜମ୍ଭରା

1 min
311


ସ୍ୱପ୍ନ ରାଇଜର ଅମରାବତୀ ମୋ ଗାଁ

ନାଁ ତା'ର ଜମ୍ଭରା

ସୁଷମାର ଗନ୍ତାଘରେ ସ୍ୱର୍ଗ ବି ମଥାପାତେ

ପ୍ରୀତିର ସୁଅରେ ସମ୍ପର୍କ ବି କାତ ମାରେ

ଐକ୍ୟ ହାତଠାରି ଡାକେ ବାନ୍ଧିବାକୁ ଶ୍ରଦ୍ଧାର ରାକ୍ଷୀ

ଶୃଙ୍ଖଳାର ପଖାଳ ହସେ ସଂସ୍କାର ଆସନ ଦେଖି

ସତେ କି ଆତ୍ମହରା

ନାଁ ତା ଜମ୍ଭରା।


ପୁଣ୍ୟ ବୈତରଣୀ ପାଖେ ବସି

ଆକର୍ଷେ ସେ ମନ୍ଦ ସମୀରଣ

ବୁଢା ବରଗଛଟା ପିଠି ଥାପୁଡ଼େଇ ବସାଏ ଦୋଳିରେ

ଶ୍ରଦ୍ଧାରେ ନିଦାଘ ବି ଝାଳପୋଛି 

ପାଟିରେ ପୁରାଏ ଖଣ୍ଡେ ମିଠା ଖିଲିପାନ

କି ଅମୀୟ ଭରା !

ନାଁ ତା ଜମ୍ଭରା ।


ଗର୍ଭ ଯନ୍ତ୍ରଣା ସହି ଦେଇଛି ଜନ୍ମ କେତେ ଯେ ଗୁରୁଙ୍କୁ

ସତେ ଅବା ଦ୍ରୋଣ-ପର୍ଶୁରାମ

ଗୁରୁଜନଙ୍କ ବାଣୀ 

ଦେହେ ଲଗା ଶ୍ରୀହରି ଚନ୍ଦନ

ତା ଲଘୁଙ୍କ ଭକ୍ତିରେ 

ଆଶୀର୍ବାଦ ଆଉଁସେ ଶୁଖିଲା ମୁହଁକୁ

ଅଜାଡି ଅସୀମ ପ୍ରେମ ପ୍ରୀତି ମମତା ପସରା

ବାଃ କି ପୁଲକ ଭରା !

ନାଁ ତା ଜମ୍ଭରା।


ଜଗା ବସି ତା କୋଳରେ

ପୋଛେ ଦୁଇଧାର ଲୁହ

ବକ୍ଷୁ ଥରାଇ କୋହ

ବାଣ୍ଟେ ଆଶିଷର ପୁଷ୍ପ ତା ପୁତ୍ର ପୁତ୍ରୀଙ୍କୁ

ମା ଦଶଭୁଜା ଯାଚି ଶକ୍ତି

କରନ୍ତି ନାରୀ ସଶକ୍ତୀକରଣ

ଆଉ ରାମଭକ୍ତ ସଭିଙ୍କୁ ହୋଇ ସହାୟ

ପୋଛନ୍ତି ସଭିଙ୍କ ଲୋତକ

ଅନ୍ତୁ ବୁହାଇ ଅଶ୍ରୁ ଧାର ଧାର

ଏ ଦୃଶ୍ୟ କି ଆତ୍ମହରା !

ନାଁ ତା ଜମ୍ଭରା।


ସଞ୍ଜ କରେ ଭକ୍ତି କୀର୍ତ୍ତନ ଏଠି

ଦିଵସ ଧରେ ହରିନାମ

ଆତ୍ମା ଖୋଜେ ପରମାତ୍ମାଙ୍କ ମିଳନ ଗୋଠ,ପଟା,ସର୍ତ୍ତପିଡ଼ିଆ କରେ ଆମନ୍ତ୍ରଣ

ଆସ..., ବକ୍ଷେ କର ଦୌଡ଼ କୁଦ

ପାଶେ କର ତାସ ପଶା ଖେଳ

ବଣର କୋଳିଟା କେତେ କରେ ଅଭିମାନ

ଦରଦୀ ଶିଶୁ ଗୁଡାକ ଯେବେ ବିଦେଶ କରନ୍ତି ଗମନ

ମା ହିଙ୍ଗୁଳା ଚାହିଁଥାଏ ଅନେଇ

କେବେ ଫେରିବେ ମୋ ଧନ

ପାଳିବେ ମେଳା ମଉତ୍ସବ

ଜାଳିବେ ଆନନ୍ଦେ ଅଗିରା

ତାଠୁ ପଇସା ମାଗି ଯିବେ ସାଆଁଳା

ଯାତରା

ଆଃ ! କି ମଧୁଭରା 

ନାଁ ତା ଜମ୍ଭରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy