ଛୋଟ୍ କାରିଗର ଧରମା
ଛୋଟ୍ କାରିଗର ଧରମା
ଛୋଟ ମାନକୁ କେଭେ ଛୋଟ ନାଇଁ ଭାବିଥିବ
କରିଛନ ବଢେ ବଡେ କାମ,
ସେ ମାନକର ଭିତ୍ରୁ ଛୋଟ କାରିଗର ଟେ
ଧରମା ବଲି ତାର୍ ନାଁ ।
ଜନମ୍ ଦିନୁ ସେ ବାପ୍ କେ ନାଇଁ ଦେଖି
କେନ୍ତା ହେବା ବାପର ସଂଗେ ଚିହ୍ନା ଜନା,
ମାଁ ତାର କହେଲେ ଘରର ବାଏର ବରକୁଲି
ଦେଖଲେ ତୋର ବାପର୍ ବୁଦ୍ଧି ନାଇଁ ହୁଏ ବନା।
ବର୍କୁଲି ଦେଖି ତୋର ବାପ୍ ତତେ
ମୋର୍ ପୁଓ ବଲି ଚିହ୍ନି ତ ପାର୍ବେ ,
ପାଖେ ରଖିକରି ଉସତ୍ ଆନନ୍ଦ ନୁଁ
ଆଦର ତତେ କର୍ବେ ।
ଇଟା ଧରି କରି ଚନ୍ଦର୍ଭାଗା ନିକେ
ତୁଇ ଆଜିର୍ ଦିନେ ଯିବୁ,
ସିଆନ ବଢେଇ ତୋର ବାପ୍ ବିଶୁ ମହାରଣା
ତାଁକର ସାଙ୍ଗେ ଭେଟ ହେବୁ।
ଖୁସି ମନ୍ ଥି ଘରର ବାଏର ବର୍କୁଲି ଧରି
ପଚରେଇ ପଚରେଇ ଚନ୍ଦ୍ରଭାଗା ଗଲା,
ନିଜର ବାପ୍ ସଙ୍ଗେ ଭେଟ ଘାଟ ହେଇ
ବଡ଼ ଉସତ୍ ସେ ହେଲା।
ଦେଖ୍ଲା ସେନ ସେ ବାର ସହ ବଢେଇ
କରିଛନ ସୁରଜ୍ ଦେବତା ମନ୍ଦିର ଠିଆ,
ବାର ବଛର ହେଲା କାମ କରୁଛନ
ଛାଡ଼ିକରି ନିଜର ଛୁଆପିଲା ମାଆ ବୁଆ।
ରଜା ନରସିଂହ ଦେବ ଆଦେଶ ମାନିକରି
କରି ଅଛନ ମନ୍ଦିର କାମ,
ପଥ୍ରେ ପଥ୍ରେ ଫୁଟଇଛନ ସୁନ୍ଦର୍ କାରୁକାର୍ଯ୍ୟ
ବଢ଼େଇଛନ ରାଜାର ମାନ।
ମନ୍ଦିରଟ। ଦୁରୁ ଦିସୁଛେ ଅଏନ
ଗୁଟେ ରଥ ବାଗିର ଲାଗୁଛେ ,
ଜନା ପଡୁଚ୍ଛେ ସୁରଜ୍ ଦେବତା
ରଥେ ଚଢ଼ିକରି ଆସୁଛେ।
ଏଡ଼େ ବଡ଼ କାମ ହେଇକରି ବି
ବାର ସହ ବଢେଇ ମନେ ନ ନାଇଁ ସୁଖ,
ଦେଉଲ୍ର ଦଧିନୌତି ନ ମୁଡି ନାଇଁ ମାରି ହେବାର
ସେଥିରଲାଗି ସବକର୍ ମନ୍ ଦୁଖ।
ନରସିଂହ ରଜା ଆଦେଶ କରିଛନ
କାଲି ସକାଳ ତକ୍ ଯଦି ମୂଡ଼ି ମରା ନାଇଁ ହେବା
,
ସବୁ ବଢ଼େଇକର ମୁଡ଼ ଛେଦା ହେବା
ସବକର୍ ପରାନ ଯିବା।
ବାପର ନୁ ଏସବୁ କଥା ସୁନିକରି
ଧରମା କହେଲା ଇତା କେ ତୁମେ ନାଇଁ ଡ଼ର,
ତୁମର ପୁଥି ପୂରାନନୁ ଯାହା ମୁଇଁ ସିଖିଛେଁ
ସବୁ ଠିକ୍ କରିଦେମି ଚିନ୍ତା ତୁମେ ନାଇଁ କର।
ଇଟା କହିକରି ଧରମା ପିଲା ଯେ
ମନ୍ଦିର ଚୁଡ଼ା କେ ଚଢ଼ିଗଲା ,
ଗୁଟେ ରାଏତ ଭିତରେ ସେ ଛୋଟ ବଢ଼େଇ
ଦେଉଳର ମୁଁଡି ମାରିଦେଲା ।
ବଢ଼େଇର କମାଲ ଦେଖିକରି
ବାରସହ ବଢେଇ ହେଲେ କାବା
ଧଏନ ଧଏନ ତୁଇ ରେ ବିଶୁ ମହାରଣା
ତୋର ପିଲା ବଢେଇ କୁଲର୍ ନାଁ ରଖିଦେବା।
ହେଲେ ଏଡକି ଟିକେ ପିଲା ମୁଡି ମାରିଦେଲା
ସକ।ଲୁ ରଜାକେ ପଡବା ଜନା,
ବାରଶହ ବଢେଇର୍ ନିଶ୍ଚେ ମୁଡ କାଟ ହେବା
ଜାନିଥାରେ ବିଶୁ ମହାରଣା।
ବଢେଇ କୁଳର ମୁଖିଆ ଆଉ
ତୁଇ ଟିକେ ମନେ ଭାବବୁ,
ବାରସହ ବଢେଇ ତୋର ଲେଖେ ବଡ଼ କି ପୁଓ
ତୁଇ ଇଟା ନିଆଏ କରବୁ।
ସବୁ କଥା ସୁନି ବିଶୁ ମହାରଣା
ପାଟି ନୁ ନାଇଁ ବାହାର୍ଲା କଥା
କାହାକେ ରଖମି କାହ।କେ ଛାଡମି
ଭାବିକରି ଘୁରିଗଲା ତାର ମଥା।
ଛୋଟ ହେଲେ ବି ବଢ଼େଇ ପିଲା ଧରମା
ସବୁକଥା ବୁଝି ପାରଲା,
ବାରସହ ବଢେଇର ଜୀବନ ବଞ୍ଚାବାର ଲାଗି
ମନ୍ଦିର ଉପରୁ ସମୁଦ୍ରର ପାନିକେ ଝଂପେଇ ହେଲା।
ମରି କରି ବି ଅମର ହେଇଗଲା
ଦୁନିଆଁଟା ସାରା ପଡ଼ଲା ତାର ନାମ
ଯୁଗ୍ ଯୁଗ ଧରି ନାଁ ରହିଗଲା
ତାର କର୍ଲା କାମ ।
ସୁରଜ୍ ଦେବତାର ମନ୍ଦିର ଆଜି
ଚନ୍ଦ୍ରଭାଗା କୁଲେ ଠିଆ ହେଇଛେ,
କୋଣାର୍କବଲି ଜଗତ ଯାକର
ଧରମା ପିଲାର ଗୁନ ଗାଉଛେ ।