STORYMIRROR

Keshab Chandra Dash

Classics Fantasy Inspirational

3  

Keshab Chandra Dash

Classics Fantasy Inspirational

କବିତା ନୀତିବାଣୀ:୧୩

କବିତା ନୀତିବାଣୀ:୧୩

1 min
18

ହସ ହସ ମୁହଁ ଦେଖି ପଚାରିଲେ ବନ୍ଧୁ
କେମିତି ମଜାରେ ଅଛ ଭାଇ?
ଚେହେରା ତୁମର ଦେଖିଲେ ଲାଗୁଛି ସତରେ! ସୁଖର ପଲଙ୍କରେ ଅଛ ଶୋଇ ।

ସରଳ ଭାବରେ ତାକୁ ଉତ୍ତର ମୁଁ ଦେଲି ମଜାରେ ନୁହେଁ ,ଆନନ୍ଦରେ କଟୁଛି ଜୀବନ ମୋର,
ଉତ୍ତର ଶୁଣି ବନ୍ଧୁ ଯେ କହିଲେ, ସମାନ ଜିନିଷ ମଜା ଆଉ ଆନନ୍ଦ ଭିତରେ କଣ ଅଛି ଅନ୍ତର?

ସୁନ୍ଦର ଭାବରେ ତାଙ୍କୁ ଦେଲି ମୁଁ ବୁଝାଇ ମଜା କରିବାକୁ ହେଲେ ଜୀବନରେ ଅର୍ଥ ଦରକାର, ଆନନ୍ଦ କିନ୍ତୁ ବିନା ଅର୍ଥରେ ଯେ ମିଳେ କେବଳ ହେଲେଯାଇ ଚରଣାଶ୍ରିତ ପ୍ରଭୁଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics