STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଚିରନ୍ତନୀ

ଚିରନ୍ତନୀ

1 min
169

ତୁମ ନୂପୁରର ରୁଣୁଝୁଣୁ ଧ୍ବନିରେ ସାତ ସ୍ଵରର ମିଳନ

ତୁମର ଅଶୁତ ପ୍ରେମଗୀତିକାରେ ବହୁ ବର୍ଷା କୌମୁଦୀ ସୌରଭ

ଛେରା ସମୀରର ତାଳେ ତାଳେ ଭାସି ଆସେ ଆରୋପିତ ଭାବମୂର୍ତ୍ତି

ସେହି ଚିର ପରିଚିତ ମାଟିର ଗନ୍ଧ- ମାଂସର ଆମନ୍ତ୍ରଣ

ମାୟାବିନୀ ରାତ୍ରି ଆଣେ ଆଦିମ ମିଳନର- କୁହୁତାନ

ବେପଥୁଭରା ଚକ୍ଷୁ ଯୁଗଳରେ ଶତାବ୍ଦୀର କ୍ଷୁଧା

ରୋମାଞ୍ଚିତ ଶରୀର ତନ୍ତୀରେ ମିଶ୍ରଣର ଆଗମନୀ ବାର୍ତ୍ତା

ନବବଧୂର ପଣତ କାନିରେ ସ୍ମୃତି ବିଜଡିତ ତନ୍ଦ୍ରା

ମଧୁବାସରର ଅନତି ଦୀର୍ଘ ପ୍ରତୀକ୍ଷାର ତାଳେ ତାଳେ

ଅଜଣା ଭବିଷ୍ୟତର ରହସ୍ୟମୟ ସନ୍ଦେଶ

ସେହି ମାଙ୍ଗଳିକ ମୁହୂର୍ତ୍ତ ମଧୁମୟ ସମ୍ଭାବନାରେ

ବିଶ୍ଵ ମାନବିକତାର ମହନୀୟ ମାଧୁର୍ଯ୍ୟ ।

ସୃଷ୍ଟିର ପ୍ରଥମ ପ୍ରଭାତରୁ ସଂହାରର ଆୟମାରମ୍ଭ ପର୍ବ ତକ୍

ତୁମେ: ପ୍ରେରଣାର ଏକ ଅବାରିତ, ଚିରନିର ଉତ୍ସ - ..

ଉଷତ୍‌ ସତ୍ତାର ଅଲୌକିକ ଗନ୍ତାଘର

ସତ୍ୟ ଶିବ ସୁନ୍ଦରର ତିନୋଟି ପ୍ରତୀକ .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics