STORYMIRROR

Ambuja Mohanty

Classics Inspirational Others

4  

Ambuja Mohanty

Classics Inspirational Others

ମୋ ଗାଁ ମନେ ପଡୁଛି

ମୋ ଗାଁ ମନେ ପଡୁଛି

1 min
261

ଆଜି ପୁଣି ମନେ ପଡ଼େ ସେହି ପିଲାଦିନ

ଗାଁ ତୋଟା ପୋଖରୀ ଆଉ ଚଗଲା ପବନ

ସବୁଜ ଶୀତଳ ବନ କୋଇଲିର ତାନ

ସତେ କି ପାଇବି ଫେରି ମୁଁ ସେହି ଜୀବନ !


ଖୋ ଖୋ ଓ କବାଡି ଶବ୍ଦେ କମ୍ପୁଥିବା ଦାଣ୍ଡ

ଗୋଧୂଳି ସମୟ ଆଉ ଲୋକଙ୍କର ରୁଣ୍ଡ

ଟାହି ଟାପରାରେ ପୂର୍ଣ୍ଣ ସେ ପୋଖରୀ କୂଳ

ଭାଉଜ ମାଉସୀଙ୍କର ଜାନି ଯାତେ ମେଳ !


ଲୁଚକାଳି ବୋହୁ ଚୋରି ସେ ଆଚାର ଖିଆ

କି ମଧୁର ଆଈ ମାଁ’ଙ୍କ ସେ କାହାଣୀ କୁହା

ନଡିଆ ଗଛ ଫାଙ୍କରୁ ଉଙ୍କି ମାରା ଚାନ୍ଦ

ବାହା ,ବ୍ରତଘର ପୁଣି ଶିଶୁ କୁଆଁ କାନ୍ଦ !


ମହାଭାରତ ନାଟିକା କିବା ରାମାୟଣ 

ଦଶହରା ଦୀପାବଳୀ ଓ ଦୋଳ ମେଲଣ

ଗାଁ ପୋଖରୀ ମାଛ ଧରା ପୁଣି ଭାଗ ବଣ୍ଟା 

ମନ୍ଦିର ସଂଧ୍ୟା ଆଳତି ସକାଳର ଘଣ୍ଟା। ।


କାଶତଣ୍ଡି ଭରା ବିଲ ଗାଁ ପୋଖରୀ କୁଳ

ଗଙ୍ଗଶିଉଳିର ଗନ୍ଧ ପକ୍ଷୀର କଲ୍ଲୋଳ 

ସତରେ କେଡେ ସୁନ୍ଦର ହଜିଲା ସେ ଦିନ

ଆହା ଫେରି ପାଆନ୍ତି କି ସେ ଦିନ ଜୀବନ !


Rate this content
Log in

Similar oriya poem from Classics