STORYMIRROR

Ambuja Mohanty

Abstract Classics

4  

Ambuja Mohanty

Abstract Classics

ପାରିଜାତ

ପାରିଜାତ

1 min
275


"ଦେଖିଛ କି ପାରିଜାତ କେବେ ତୁମେ?"

ଅଳସ ଦେହକୁ କାନ୍ଧରେ ମୋ ଆଉଜେଇ

ମନୋରମ ଶୀତ ସନ୍ଧ୍ୟାର ସେହି ବେଳାରେ 

କହିଥିଲ ଚୁପି ଚୁପି ମୋ କାନରେ।।


 କହିଥିଲ ବି,ଗୋଲାପି ଉଷ୍ମ ଓଠର ଛୁଆଁ ରେ

ହସି ଦେଇ ଫିକ କରି ଲାଜରେ ସରମି

"ଇନ୍ଦ୍ରଙ୍କ ପୁରରେ କାଳେ ଫୁଟେ ପାରିଜାତ

ସବୁଠୁ ସୁନ୍ଦର ପରା,ମନ 

 ନିଏ ମୋହି"


 ଶୁଣୁଥିଲି

କେତେ ନିଖୁଣ କରୁଥିଲ ପାରିଜାତ ବର୍ଣ୍ଣନା

ସତରେ ଭାଗ୍ୟବାନ ବୋଧେ ପାରିଜାତ

ବାରମ୍ବାର

ତୁମ ମୁଖେ ହୁଏ ଉଚ୍ଚାରିତ ଧନ୍ୟ ପାରିଜାତ।


ତୁମେ ପୁଣି ପ୍ରଶ୍ନ କରୁଥିଲ,!

"କେମିତି ଥିବ ତା ପ୍ରେମ,

ନିଜ ରୂପ ଭଳି ସୁନ୍ଦର ନା

ମହାକାଳ ଫଳ ଭଳି ଭୟଙ୍କର ?

ଇପ୍ସିତଙ୍କ ପୂଜନ ନିମନ୍ତେ

ଦେଉଥିବ ତ ସେ ଅଚିରେ ନିଜକୁ ସମର୍ପି ?


ମୁଁ ହସି କହିଥିଲି ,ଗୁଣରେ ସେ ଶ୍ରେଷ୍ଠା ନିଶ୍ଚେ 

ରଙ୍ଗ ରୂପରେ ତା ଥିବ ସମ୍ମୋହନ,

ଠିକ୍ ତୁମ ଭଳି ଲାଜେଇ ଗେହ୍ଲେଇ କେବେ 

ଉଦାରତାରେ ପୂର୍ଣ୍ଣ ଥିବ ତା ମନ

ସ୍ଵାଭିମାନୀ, ଅଳସି, ସୁନ୍ଦରୀ 

ହୋଇଥିବ ନିଶ୍ଚେ ଆଭା ପରିପୂର୍ଣ୍ଣ

ଦେବତାଙ୍କ ଚିତ୍ତ ବିନୋଦନ

 ନିମନ୍ତେ ତ ତାର ଜନ୍ମ


 ତୁମେ କିନ୍ତୁମୋ ପାରିଜାତ

ତା ଠାରୁ ଅଟ ବେଶୀ ଶ୍ରେଷ୍ଠ

ପ୍ରେମିକା ରୂପେ କାମିନୀ ମାନିନୀ,

ସୁନ୍ଦରୀ ଅଟ ତୁମେ ପୁଣି ଜ୍ଞାନୀ,ଗୁଣି 

 ହସି ସେ ଲୁଚାଇ ଥିଲା

ମୁଖ ଲାଜ ଜୁଡୁ ବୁଡୁ

ଚିବୁକ ତା ଅଭିର ଲେପନ

 ବୁକୁରେ ମୋ ଲୋଟି ପଡିଥିଲା

ଅନୁଭୂତି ଆଃ

 ଚନ୍ଦ୍ରର ଆଗମନ 

ହଁ ଚନ୍ଦ୍ରର ଆଗମନ

ଶିତଳତା ପରିପୂର୍ଣ୍ଣ

ଏକ ଭିନ୍ନ ସମ୍ମୋହନ

 ଏହି ଅଗଣାରେ 

ପାରିଜାତ ନିଜେ ବିଦ୍ୟମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract