STORYMIRROR

Ambuja Mohanty

Abstract Inspirational

4  

Ambuja Mohanty

Abstract Inspirational

ମୁଁ ସେହି ଝିଅ ନୁହେଁ

ମୁଁ ସେହି ଝିଅ ନୁହେଁ

1 min
26


ମୁଁ ସେହି ଝିଅ ନୁହେଁ

ଯାହାକୁ ପାଇବାକୁ ତୁମେ ଅଭିଳାଷିତ।

ତୁମକୁ ପ୍ରେମର ବାହୁରେ ଭିଡ଼ି ନେଇ

ପୂରଣ କରିବି ତୁମ ଶରୀରର ରୋମାଞ୍ଚ..।।


ମୁଁ ସେହି ଝିଅ ନୁହେଁ,

ଯାହାକୁ ତୁମେ ମୋବାଇଲ, କଣ୍ଢେଇ 

କିମ୍ବା ଚକଲେଟ ଦେଇ,ଦେବ ଭୁଲେଇ 

ପ୍ରେମ ଓ ବିବାହର ମିଛ ଆଶ୍ୱାସନା ଦେଇ 

ନାନା ହୋଟେଲ ନେବ ବୁଲେଇ... ।।


ମୁଁ ସେଇ ଝିଅ ନୁହେଁ,

ଯୌବନକୁ ତାର ଟିକିଏ ତୁଚ୍ଛ କାମନା ପାଇଁ

ପୂର୍ଣ୍ଣାହୁତି ଦେବ ମୋହ ଓ ବାସ୍ନା ସମୀପେ

ଲକ୍ଷ୍ୟ ଭୁଲି ସେ କରିବ ବଳିଦାନ 

ଅମୂଲ୍ୟ ବିଶ୍ବାସ ଓ ପ୍ରତିଜ୍ଞାର,କରିଥିବା ନିଜ ନିକଟେ ।।


ମୁଁ ସେହି ଝିଅ ନୁହେଁ,

ଯିଏ ଅତି ସହଜରେ ଭୁଲିଯିବ ତାର ସ୍ୱପ୍ନର ସୌଧ

ଯାହାର ନିର୍ମାଣ କରିବା ସମୟେ 

କ୍ଷଣିକ ପ୍ରଲୋଭନେ, ପାଲଟିବ ଦିଗହରା ପଥିକ..


ମୁଁ ସେହି ଝିଅ ନୁହେଁ,

ଯିଏ ତୁମ ଯୌବନର କିଛି ମୁହୂର୍ତ୍ତ ପାଇଁ ଇପ୍ସିତ

ତୁମେ ଫେରି ଯାଅ ଆସିଛ ଭୁଲ ଠିକଣାରେ

ଚେଷ୍ଟା କରି ବିଫଳ ହେଲେ, ମିଳିବ ଖାଲି ଅବଶୋଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract