STORYMIRROR

Ambuja Mohanty

Abstract

3  

Ambuja Mohanty

Abstract

ଅଜଣା

ଅଜଣା

1 min
249

ଜୀବନ ବଞ୍ଚିବାର ନୂତନ ରାହା

ଆଜି ଆରମ୍ଭ ହେଇଛି ଆମର

ତୁମେ ତୁମ ଆନନ୍ଦରେ ଆଉ

ମୋ ରାସ୍ତା ଏକ ଅଜଣା ସୁଖର ।।

ଆମେ ଦୁହେଁ ଆଜିବି ସାଙ୍ଗରେ

ଚାହା ପିଉଛୁ ଏକ ସମୟରେ

ତୁମେ ତୁମ ଘର ବାଲକୋନିରେ

ଆଉ ମୁଁ ସେହି ଦୌଡ଼ିଆ ଖଟରେ ।।

ଆଜି ମଧ୍ୟ ସେହି କୃଷ୍ଣଚୂଡ଼ା ଫୁଲ

ବିଛାଡି ଦେଉଛି ତାର ପାଖୁଡ଼ା ମାନ

ସେହି ଆମ ପାଦ ଚଲା ରାସ୍ତାରେ

କିନ୍ତୁ ତାହା ଏକ ସାଉଁଟା ସ୍ମୃତି ହୃଦରେ ।।

ଆମେ ଠିକ୍ ସେହି ଭଳି ଶିବ ମନ୍ଦିରରେ

ଜାଳି ଥାଉ ଆରତୀ ପ୍ରେମ ଓ ସ୍ନେହରେ

ହେଲେ ଆଜି ଅଜଣା କାରଣ ମାନସିକର

କାହିଁକି ନା ଭିନ୍ନ ଯେ ଆମର ଏ ସଂସାର ।।

ହଁ ଆମେ ଆଜି ଅଜଣା ଠିକ୍ ସେଦିନ ଭଳି

ଆଉ ରହିବୁ ଅଜଣା ସବୁଦିନ ଜାଣି ନଥିଲି

କାହିଁ କେଜାଣି କେଉଁ ଏକ ଗତାୟୁ କଲା ସ୍ପର୍ଶ

ଓ ହୋଇଗଲା ଆମର ସେ ନିଡ଼ ଧ୍ବସ୍ତ ଓ ବିଧ୍ବସ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract