Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambuja Mohanty

Classics

3  

Ambuja Mohanty

Classics

ଆହେ ଭଗ୍ନ କୋଣାର୍କ

ଆହେ ଭଗ୍ନ କୋଣାର୍କ

1 min
180


ଆହେ ଭଗ୍ନ କୋଣାର୍କ...


ତୁମ୍ଭ ରୂପ ଶିରୀ କରେ ଆନମନା

ଶିଳ୍ପୀର ଭାବନା ତୁମେ କବୀର କଳ୍ପନା

ତୁମ ପଞ୍ଚରଥ ଆଜି ଅଟେ ଉଜ୍ଜୀବିତ

ଧନ୍ୟ ଆହେ ତାର ପ୍ରାଚୀନ ସୌନ୍ଦର୍ଯ୍ୟ l


ଆହେ ଭଗ୍ନ କୋଣାର୍କ...


ସାଇତି ରଖିଛ ତୁମେ ହୃଦେ ବିରଗାଥା

ବିଶୁମହାରଣା ପୁଣି ଧର୍ମପଦ ବ୍ୟଥା

ସେହି ବଳିଦାନର ତୁମେ ଅଟ ମୂକ ସାକ୍ଷୀ

ସେଥି ପାଇଁ ବୋଧେ ବୁଜି ଦେଇଛ ଆଖି l


ଆହେ ଭଗ୍ନ କୋଣାର୍କ.....


କୋଣଗର ନାମେ ତୁମେ ଅଟଇ ନାମିତ

ଦ୍ଵିକୋଣି ରେ ପଡେ ପ୍ରଭା ଅର୍କଙ୍କର କ୍ଷେତ୍ର

କୃଷ୍ଣ ପାଗୋଡା ବୋଲି ତୁମେ ପ୍ରଶଂସିତ

ତୁମ୍ଭ ଦର୍ଶନେ ଆସୁଥିଲେ ଅନେକ ନାବିକ l


ଆହେ ଭଗ୍ନ କୋଣାର୍କ....


ଅଛି ଆଜି ମୁଖଶାଳା ଗର୍ଭଗୃହ ଦେବସିଂହାସନ

କାଳର କରାଳ ଗତି ବିଧ୍ୱଂଶିଲା ଯେ ବିମାନ

ଆଜି ଦେଖି ତୁମ ଏହି ଭଗ୍ନ ଐତିହ୍ୟ

କ୍ରନ୍ଦନ କରଇ ହୃଦ କିପରି ହେବ ସହ୍ୟ l


ଆହେ ଭଗ୍ନ କୋଣାର୍କ...


ଦେଖି ତୁମ୍ଭ ଶୋଭା ରୂପ ତେଜ ଓ ଶିରୀ

ମନେ ପଡ଼ିଯାଏ ତୋର ଅନେକ ବୈରୀ

ହେଲେ ଆଜି ମଧ୍ୟ ଉଚ୍ଚ ତୁମ୍ଭ ଅଭିମାନ

ତୁମ ପରି ନାହିଁ କେହି ଆଉ ଯେ ମହାନ l



Rate this content
Log in

Similar oriya poem from Classics