STORYMIRROR

Ambuja Mohanty

Abstract

3  

Ambuja Mohanty

Abstract

ସମୁଦ୍ର

ସମୁଦ୍ର

1 min
253

ସମୁଦ୍ରର ସେହି ତରଙ୍ଗାୟିତ ଢେଉ

ମନରେ ଭରିଦିଏ ଅସୁମାରୀ ଆଶା

ଉପରେ ଅସ୍ତଗାମି ଯେ ପ୍ରଭା

ପୁଣି ଗର୍ଜନ କରୁଥିବା ତାର ବ୍ୟକ୍ତିତ୍ଵ

କହିଦିଏ ଅନେକ କଥା ଲୁଚି

ଜୀବନ ଯୁଦ୍ଧରେ ହାରିଯିବ ତୁମେ

ଚୁପ୍ ହେଇ ରହିଗଲେ

ଗର୍ଜନ କରି ମାଡ଼ି ଆସିବ ଯଦି

କର୍ମ ଭୂମିକୁ ତୁମର, 

ଶତ୍ରୁ ହୋଇଯିବ ପରାସ୍ତ

ପୁଣି ଶାନ୍ତ ନିରବ ନିଶ୍ଚଳ ହୋଇ 

ଫେରିଯିବ ନିଜ ବସାରେ।।


ଜାହିର କରିବା ପାଇଁ ନିଜର ଉପସ୍ଥିତି 

କ୍ଷଣେ ନ କରିବ ତୁମେ ଚେଷ୍ଟା

କେବଳ ତୁମର ବ୍ୟକ୍ତିତ୍ଵ କହିବ

ତୁମ ବଡ଼ ପଣର ଯେ ଗାଥା

ସାଗର ଶିଖାଇ ଥାଏ ଅନେକ କଥା

କେବେ ନ ରଖିବ କାହାର ଦ୍ରବ୍ୟ

ସମୟ ଥାଉ ଫେରାଇ ଦେବ 

ଏହି ଭଳି ଯେ କେତେ କଥା

ପ୍ରେମ ସ୍ନେହ ଶାନ୍ତି ଅତ୍ମୀୟତା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract