STORYMIRROR

Ambuja Mohanty

Classics Others

3  

Ambuja Mohanty

Classics Others

ତୁମେ

ତୁମେ

1 min
202

ବେଳେବେଳେ ମୁଁ ଭାବିବସେ

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ

ମୋ ହସ,ଲୁହ,ଦୁଃଖ, ସୁଖକୁ

ଅନୁଭବ କରେ ମୁଁ

ଏହି ସବୁ ଘୁରି ବୁଲନ୍ତି ତୁମ ଚାରି ପାଶେ

ଠିକ୍ ଯେମିତି ସୂର୍ଯ୍ୟ ଚାରିପାଖେ ପୃଥିବୀ ଭଳି

ତୁମେ ହିଁ ମୋ ପାଇଁ ସୂର୍ଯ୍ୟ,

ଯାହାର ପ୍ରସନ୍ନତା ଜୀବନେ ଭରେ ଶାନ୍ତି

ଓ ମୁଁହ ଶୁଖାଇ ଦେଲେ 

ଯେପରି ମାଡିଆସେ କେଉଁଠୁ

ଅଦିନ କାଳ ବୈଶାଖୀ।


ସେଦିନ ମଥାକୁ ଆଉଁସି ଦେଉ ଦେଉ କହୁଥିଲ,

ତୁମ ହସ ମୋ ହସ,ତୁମ ଲୁହ ମୋ ଲୁହ

ଆଜିକାଲି ସମାନ ଲାଗେ ତୁମକୁ

ଏହାହିଁ ତ ସ୍ୱର୍ଗୀୟ ପ୍ରେମ,

ଯାହାର କୌଣସି ବର୍ଣ୍ଣନା ନାହିଁ

କେହି ମହାନ୍ ଲେଖକ କିମ୍ବା କବି ହୁଏତ

ତାକୁ ଉତ୍ତାରି ପାରି ନାହାଁନ୍ତି ଲେଖନୀ ମୁନରେ

ଯାହା କୌଣସି ଶବ୍ଦ ନକହି କେବଳ ଅନୁଭବ ଦିଏ

ଯାହା ସୁଖ ଖୋଜିବାକୁ ଦୂରେଇ ଚାଲି ଯାଏନି

ବରଂ ସୁଖ ଦୁଃଖରେ ଏକାଠି ସାଙ୍ଗ ହୋଇ

ବାହି ଚାଲେ ନାବ, ଯାହାର ନାମ ଜୀବନ।


ଜନ ମାନସର ଏହି ଭିଡ଼କୁ ଦେଖେ ମୁଁ

ଅଳ୍ପ କିଛି ମୁହୂର୍ତ୍ତର ସୁଖ ପଛରେ ଧାଇଁ

ଛାଡ଼ି ଚାଲି ଆସନ୍ତି ସେ ଜୀବନସାଥୀ କୁ

ହସ ଲାଗେ, କେଉଁ ସୁଖ ଆଶାରେ

କେଉଁ ଆରାମ କେଉଁ ବିଳାସ ପାଇଁ

ମୋ ପାଇଁ ତ ଘରର ସଂଜ୍ଞା ତୁମେ

ଝାଟି ମାଟି କୁଡିଆ ହେଉ ଅବା ମହଲ

ତୁମ ବିନା କଳ୍ପନା କରି ପାରେନି ମୁଁ

ଗୋଟିଏ କ୍ଷଣ,ଗୋଟିଏ ମୁହୂର୍ତ୍ତ 

ଠିକ୍ ମାତା ସୀତାଙ୍କ ଭଳି

ରାଜଜେମା ହୋଇ ମଧ୍ୟ

ରାଜକୀୟ ସୁଖ ନୁହେଁ ,

ତାଙ୍କ ପାଇଁ ସୁଖ ଥିଲା ଶ୍ରୀରାମଙ୍କ ସାଙ୍ଗରେ

ତାଙ୍କ ସାନିଧ୍ୟରେ,ତାଙ୍କ ଚରଣରେ

ହଁ ଏହାହିଁ ପ୍ରେମ,

ଏହା ହିଁ ସମ୍ପର୍କର ପରିଭାଷା

ଯାହା କେବଳ ଅନୁଭବି ହିଁ ଜାଣେ

ଯାହା ପ୍ରକୃତ ପ୍ରେମୀ ହିଁ ବୁଝେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics