STORYMIRROR

Papu parida

Abstract Classics Others

4  

Papu parida

Abstract Classics Others

ମା ଆଜି ପାଦ ଦେବେ ଆମ ଗାଆଁରେ

ମା ଆଜି ପାଦ ଦେବେ ଆମ ଗାଆଁରେ

1 min
294


ବଜାରେ ଢ଼ୋଳିଆ ବଜା ତୋର ଢୋଲ

ଦିଅରେ ସଭିଏଁ ପାଦେ ତାଙ୍କ ଫୁଲ।

ବଜାରେ ଶଙ୍ଖୁଆ ବଜା ତୋର ଶଙ୍ଖ

ନାଚିବା ସଭିଏଁ ଦେଖି ସେ ଶ୍ରୀମୁଖ।


ଲିପା ଲିପି କର ସବୁ ଗାଁ ଦାଣ୍ଡରେ 

ମା ଆଜି ପାଦ ଦେବେ ଆମ ଗାଆଁରେ।


ବଜାରେ ଘଣ୍ଟୁଆ ବଜା ତୋର ଘଣ୍ଟ

ମନ ଉତଫୁଲ୍ଲିତ ସମୟ ନିଅଣ୍ଟ।

ଗାଆରେ ପଣ୍ଡିତ ଗା' ତୋର ମନ୍ତ୍ର

ମାଆ ଆର୍ଶୀବାଦେ ଏ ଭୂମି ପବିତ୍ର।


ଝୋଟି ଚିତା ଦିଅ ପ୍ରତି ଘର ଆଗରେ

ମା ଆଜି ପାଦ ଦେବେ ଆମ ଗାଆଁରେ।


ଡାକରେ ଜାଗାଳି ଡାକ ଯାଇ ତୁମେ

ମା ଆସୁଛନ୍ତି ଆଜି ଆମ ଗ୍ରାମେ।

ଯାଆରେ ଭଣ୍ଡାରୀ ଆଣେ ପୂଜାଥାଳି

ହୁଳହୁଳି ସହ ଦିଅ କରତାଳି।


ବାଜା ବାଣ ରୋଷଣୀରେ କମ୍ପିବ ସବୁ ସାହିରେ

ମା ଆଜି ପାଦ ଦେବେ ଆମ ଗାଆଁରେ।


ଯାଆରେ ଯୁବକ ସଜାଅ ମଣ୍ଡପ

ସଂଗ୍ରହ କର ଯେ ଫୁଲ ଦୀପ ଧୂପ।

ଆସ ଛାତ୍ରଛାତ୍ରୀ ହୋଇ ସଜବାଜ

ମା ଦର୍ଶନାର୍ଥେ କରିବା ମଉଜ।


ଗାଁ ଆଜି ଝଲସିବ ଆଲୋକ ମାଳାରେ

ମା ଆଜି ପାଦ ଦେବେ ଆମ ଗାଆଁରେ।


ସେ କରୁଣାମୟୀ ଜଗତ ଜନନୀ

ଧର୍ମ ସଂସ୍ଥାପିନି ମହୀଷା ମର୍ଦ୍ଧିନି।

ସେ ଯେ ଜ୍ଞାନଦାୟି ସେ ସିଂହବାହିନୀ

କୃପାମୟୀ ମା' ସେ ଅଧର୍ମ ନାସିନୀ।


ସବୁ ଆଶା ପୁରା ହେବ ତାଙ୍କ କୃପାରେ

ମା ଆଜି ପାଦ ଦେବେ ଆମ ଗାଆଁରେ।


ମାଆ ଦୁର୍ଗା ଆହେ ଦିଅ ଆର୍ଶୀବାଦ

ଗାଆଁ ମୋର ହେଉ ଜଗତେ ପ୍ରସିଦ୍ଧ।

ମୋ ଗାଆଁ ସନ୍ତାନ ହୋଇ ପ୍ରତିଷ୍ଠିତ

ହୁଅନ୍ତୁ ବିଶ୍ୱରେ ସୁଯୋଗ୍ୟ ସୁଖ୍ୟାତ।


ତୁମ କୃପା ରହି ଥାଉ ଆମ ମଥାରେ

ତୁମେ ଆଜି ପାଦ ଦେବ ଆମ ଗାଆଁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract