STORYMIRROR

Papu parida

Drama Fantasy Inspirational

3  

Papu parida

Drama Fantasy Inspirational

ମୁଁ କେବଳ ମୋର

ମୁଁ କେବଳ ମୋର

1 min
192

ଅନ୍ଧାର ରାତିର ନିଶ୍ଚଳତା ମଧ୍ୟରେ ମୁଁ କେବଳ ମୋ'ର

ଦିନ ତମାମର ଘଟଣା, ଦୁର୍ଘଟଣା, ପ୍ରେମ ଓ ପ୍ରତାରଣା, ସତ ଓ ସମ୍ଭାବନାର ଅବଲୋକନ ପରେ ମୁଁ କେବଳ ମୋ'ର

ସବୁ ମିଛ ମୁଖା ଗୋଟି ଗୋଟି କରି କାଢି ଦେଲା ପରେ ମୁଁ କେବଳ ମୋ'ର

ଏକାନ୍ତ ଚଟାଣରେ ନୀରବତାର ଶେଜ ପାରି ଦେଲା ପରେ ମୁଁ କେବଳ ମୋ'ର

ଦିନର ସମ୍ମୋହନୀ ଆଲୋକରେ ନିଜକୁ ହରାଇ ଦେଇ ରାତିର ଆପଣାର ଅନ୍ଧାର କୋଳରେ ନିଜ ଭିତରେ ନିଜକୁ ଖୋଜି ପାଇଗଲା ପରେ ମୁଁ କେବଳ ମୋ'ର

ସବୁ ଦୋଷ ମାନି ନେଇ ତା ଆଗ ରେ ଦୋଷୀଟିଏ ସାଜିଗଲା ପରେ ମୁଁ କେବଳ ମୋର

ସବୁ ସ୍ମୃତିକୁ ସ୍ମୃତିପଟ୍ଟ ଉପରେ ଆଙ୍କିଦେଲା ପରେ ମୁଁ କେବଳ ମୋ'ର

ଈର୍ଷା ଅବିଚାରର ନିର୍ମମ ଆଘାତରେ ପ୍ରେମ ଓ ସୁବିଚାରରର ମଲମ ଲେପି ଦେଲା ପରେ ମୁଁ କେବଳ ମୋ'ର

କଳ୍ପନାରେ କଳ୍ପନାରେ କଳ୍ପନାକୁ ଛୁଇଁଦେଲା ପରେ ମୁଁ କେବଳ ମୋ'ର

କାଗଜ ଉପରେ ମନକୁ ଥୋଇଦେଲା ପରେ ମୁଁ କେବଳ ମୋ'ର

କିଛି ବ୍ୟଥାକୁ କିଛି କଥାକୁ କଲମ ସହ ବାଣ୍ଟି ଦେଲା ପରେ ମୁଁ କେବଳ ମୋ'ର

ଅନ୍ଧାର ରାତିର ନିଶ୍ଚଳତା ମଧ୍ୟରେ ମୁଁ କେବଳ ମୋ'ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama