STORYMIRROR

Priyabrata Mohanty

Drama Inspirational

4  

Priyabrata Mohanty

Drama Inspirational

ଧରା ନୁହଁ ଶରା

ଧରା ନୁହଁ ଶରା

1 min
304

ଦେଶ ଟି ମୋର       ଏକ ନମ୍ବର

    ଭାଇ ଚାରା ର ଶୁଭେ ଯେ ସ୍ୱର,

ମୁନାଫାଖୋର       ଲୁଟେ ସଂସାର

    ବେପାରୀ ପୁରା ମାରୁଛି ଖୁର ।୧।


ବଡ଼ ବଡ଼ିଆ       କଥା ବଢ଼ିଆ

    ବିରୁଦ୍ଧ କଲେ ହେବ ଅଡ଼ୁଆ,

ଜମି ପଡ଼ିଆ       ଘର କୁଡ଼ିଆ

    ଗରୀବ ମୁଣ୍ଡେ ଫାଟେ ନଡ଼ିଆ ।୨।


କଥା ଅଲଣା       ଲାତ ମାଗଣା

    ନେତାଙ୍କର କି ଅଛି ଠିକଣା,

ନ୍ୟାୟ ପାଉଣା       ହୁଏ ଅଜଣା

    ପ୍ରଶାସନ ଯେ ହୋଇଛି ବଣା ।୩।


ପିଟଇ ଟିଣା       ପେଲଇ ଘଣା

    ଦୁଃଖୀ ଭାଗ୍ୟରେ ହୋଇଛି କଣା,

ଘୋଷରା ଟଣା       ଧର୍ଷଣ ହଣା

    ଚାଲୁଛି ସଦା ଏହି ଘଟଣା ।୪।


ପୁରାଣ ଗୀତା       ବେକାର କଥା

    ବଳ ଟି ପିତା ଧନ ଟି ମାତା,

ନିଜର ଚିତା       ଜାଳେ ଜନତା

    ମରିଛି ଏଠି ମାନବିକତା ।୫।


ଧରା କୁ ଶରା       ଗଣେ ସେ ପରା

     ଇଛା ଜିତିବ ସୁରୁଜ ତାରା,

ଗ୍ରାସିବ ଜରା       ପଡ଼ିବୁ ଧରା

   କାହିଁକି କରୁ ଏତେ ନଖରା ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama